ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ମାତ୍ର ମାସକ ତଳେ ରାଷ୍ଟ୍ରପତି ଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ପାଇଥିବା ଯାଜପୁର ଜିଲ୍ଲା କନ୍ତିରା ଗ୍ରାମର ଶତାୟୁ ଶିକ୍ଷକ ନନ୍ଦ କିଶୋର ପୃଷ୍ଟିଙ୍କର କରୋନା ସଂକ୍ରମଣରେ ପରଲୋକ ଘଟିବା ପରେ ସମଗ୍ର ରାଜ୍ୟରେ ଖେଳିଯାଇଛି ଶୋକର ଛାୟା । ଦିଲ୍ଲୀରୁ ପୁରସ୍କାର ଗ୍ରହଣ କରି ଆସିବାର କିଛିଦିନ ପରେ ତାଙ୍କୁ କରୋନା ହୋଇଥିଲା ।ଭୁବନେଶ୍ୱର ର ଏକ ବେସରକାରୀ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଦେହାନ୍ତ ହୋଇଥିଲା ।

ବାଙ୍କୀ , କଳାପଥର ର ଶିକ୍ଷାନୁଷ୍ଠାନ ଆୟୁଷ ଏଜୁକେସନାଲ ଚାରିଟେବୁଲ ଟ୍ରଷ୍ଟ ତରଫରୁ ସେବାଘର ପଢାକେନ୍ଦ୍ରରେ ଚାଟଶାଳୀ ଶିକ୍ଷକ ନନ୍ଦ ସାରଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ୍ ନିରବ ପାର୍ଥନା କରାଯାଇଥିଲା । ନନ୍ଦ ସାରଙ୍କର ବହୁମୁଖି ପ୍ରତିଭା ସଂପର୍କରେ ଅନୁଷ୍ଠାନ ମୁଖ୍ୟ ସୁବ୍ରତ କୁମାର ନାୟକ , ଅଧ୍ୟାପିକା ମମତା ଜେନା ପ୍ରମୁଖ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀ ମାନେ ସ୍ଵର୍ଗତଃ ନନ୍ଦ ସାରଙ୍କ ଫଟୋରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।

