କାନ୍ତକବି ଲକ୍ଷ୍ମୀକାନ୍ତ ଙ୍କୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ !!!

0
671

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ଓଡିଆ ଭାଷା ସାହିତ୍ୟର ସୁରକ୍ଷା ଏବଂ ପ୍ରସାର ପାଇଁ ଯେଉଁ ସାହିତ୍ୟିକ ମାନେ ଅହରହ କଲମ ଚାଳନା କରୁଥିଲେ ,ସେମାନଙ୍କ ମଧ୍ୟରେ ବାଲେଶ୍ଵର ଜିଲ୍ଲା ତାଳପଦା ଗ୍ରାମର କବି ସ୍ୱର୍ଗତ ଲକ୍ଷ୍ମୀକାନ୍ତ ମହାପାତ୍ର ଅନ୍ୟତମ ଅଟନ୍ତି । କାନ୍ତକବି ଭାବେ ପରିଚିତ ଲକ୍ଷ୍ମୀକାନ୍ତ ଙ୍କ ଅମ୍ଲାନ କବିତା ‘ ବନ୍ଦେ ଉତ୍କଳ ଜନନୀ ‘ କୁ ରାଜ୍ୟ ସରକାର ୨୦୨୦ ଜୁନ୍ ୭ ତାରିଖରେ ରାଜ୍ୟ ସଂଗୀତର ମାନ୍ୟତା ଦେଇଥିଲେ । ପ୍ରାଚୀନ ଏବଂ ଆଧୁନିକ ସାହିତ୍ୟର ସଂଯୋଗରେ ରଚିତ ତାଙ୍କର ପ୍ରତ୍ୟକଟି ସୃଷ୍ଟି କାଳଜୟୀ ହୋଇ ରହିଛି । ବାଙ୍କୀ , ଅରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୁବବଂଧୁ ସତସଂଗ ପରିବାର ତରଫରୁ ଏହି ପ୍ରାତଃ ସ୍ମରଣୀୟ କବି ଙ୍କ ଜୟନ୍ତୀ ଉତ୍ସବ ସେବାଘର ପଢାକେନ୍ଦ୍ର ରେ ପାଳିତ ହୋଇ ଯାଇଛି । ସାମାଜିକ କର୍ମି ସୁବ୍ରତ କୁମାର ନାୟକ, ଅଧ୍ୟାପିକା ମମତା ଜେନା କାନ୍ତକବି ଙ୍କ ସାହିତ୍ୟ କୃତୀ ସଂପର୍କରେ ନିଜର ସୁଚିନ୍ତିତ ମନ୍ତବ୍ୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here