ପଣ୍ତିତ ନୀଳମଣି ବିଦ୍ୟାରତ୍ନଙ୍କ ଜୟନ୍ତୀ ପାଳିତ !!!

0
230

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ଆଧୁନିକ ଓଡିଶାର ନବ ନିର୍ମାତା ବାଙ୍କୀ ମାଟିର ସୁଯୋଗ୍ୟ ପୁଅ ବୈଦେଶ୍ଵର ଗ୍ରାମର ପଣ୍ତିତ ନୀଳମଣି ବିଦ୍ୟାରତ୍ନଙ୍କ ୧୫୪ ତମ ଜନ୍ନ ଉତ୍ସବ କଳାପଥରର ସେବାଘର ପରିସରରେ ପାଳିତ ହୋଇଯାଇଛି । ଭାଷା ସାହିତ୍ୟର ସୁରକ୍ଷା ପ୍ରସାର ପାଇଁ ନୀଳମଣି ବିଦ୍ୟାରତ୍ନ ବହୁତ ଗୁଡିଏ ପତ୍ରପତ୍ରିକା ସେହି ସମୟରେ ସଂପାଦନ କରିଥିଲେ ।ସେଥିରେ ସ୍ଥାନିତ ସେହି ସମୟର ଲେଖକ ମାନେ ପର ମୁହୁର୍ତ୍ତରେ ସାହିତ୍ୟରେ ବହୁତ ନାମ କରିଛନ୍ତି । ସମ୍ବଲପୁର ହିତୈଶିଣୀ, ପ୍ରଜାବନ୍ଧୁ , ଉତ୍କଳ ମଧୂପ, ଉତ୍କଳ ଦୀପିକା ପରି ସେହି ସମୟର ପତ୍ରିକା ସଂପାଦିତ କରି ବହୁ ଚର୍ଚ୍ଚିତ ଥିଲେ ପଣ୍ଡିତ ବିଦ୍ୟାରତ୍ନ । ଜଣେ ନିର୍ଭିକ ସାମ୍ବାଦିକ , କବି ଏବଂ ସାମାଜିକ କର୍ମି ଭାବେ ବିଦ୍ୟାରତ୍ନ ରାଜ ଦରବାରରେ ପ୍ରଂଶସିତ ହେଉଥିଲେ । ଯୁବବଂଧୁ ପରିବାରର ସଂପାଦକ ସୁବ୍ରତ କୁମାର ନାୟକ , ଅଧ୍ୟାପିକା ମମତା ଜେନା ପ୍ରମୁଖ ବିଦ୍ୟାରତ୍ନଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ଆୟୁଷ ପଢାଘରର ଛାତ୍ରଛାତ୍ରୀ ମାନେ ବିଦ୍ୟାରତ୍ନଙ୍କ ଫଟୋ ଚିତ୍ରରେ ଧୁପ , ଫୁଲ ଦେଇ ଜୟନ୍ତୀକୁ ପାଳନ କରିଥିଲେ ।

LEAVE A REPLY

Please enter your comment!
Please enter your name here