ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ସରକାରୀ ବାବୁ ମାନଙ୍କ କାର୍ଯ୍ୟ କଳାପରେ ସ୍ୱଚ୍ଛତା ଆଣିବାକୁ ସରକାର 5 T ପ୍ରଚଳନ କରୁଥିବା ବେଳେ , ଢେଙ୍କାନାଳରେ ଏହାକୁ ମାନିବାକୁ ନାରାଜ ସରକାରୀ ବାବୁମାନେ । ଯାହାର ପ୍ରତ୍ୟେକ୍ଷ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ସହର ର ପୌରପାଳିକା କାର୍ଯ୍ୟାଳୟ ମଧ୍ୟରେ । ଆଜି ଦିନ 3.30 ସମୟରେ ପୌରପାଳିକା କାର୍ଯ୍ୟାଳୟ ପଡିଛି ଶୁନଶାନ୍ । ଲୋକମାନେ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ବେଳେ ,ସରକାରୀ ବାବୁମାନେ ମନଇଚ୍ଛା କାର୍ଯ୍ୟାଳୟକୁ ଆସୁଛନ୍ତି । ଆଜି ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ କୌଣସି ସରକାରୀ ମିଟିଙ୍ଗ କାର୍ଯ୍ୟରେ ଭୁବନେଶ୍ୱର ଯାଇଥିବା ବେଳେ ଏହାର ସୁଯୋଗ ଉଠାଇଥିଲେ କର୍ମଚାରୀ ମାନେ । ସେଠାରେ ଥିବା କିଛି କର୍ମଚାରୀଙ୍କୁ ସେମାନଙ୍କର ମଧ୍ୟାହ୍ନ ବିରତି ସମୟ ପଚାରିବାରୁ ,ସେ ଏହାକୁ ଅତି ଖାମ ଖିଆଲ ଭାବେ ନେଇ , ଅତି ବେପରବା ଉତ୍ତର ରଖିଥିଲେ କି ସେ ଜାଣିନାହାନ୍ତି ବୋଲି । ତ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୁଏକି ଯଦି ଜିଲ୍ଲାର ସଦର ମହକୁମାରେ ଏହିଭଳି ଭାବେ ସରକାରି ବାବୁମାନଙ୍କର କାର୍ଯ୍ୟାଳୟ ଆସିବାକୁ ମାନମାନି ଚାଲିଛି ତେବେ ଗ୍ରାମାଞ୍ଚଳର ଅବସ୍ଥା କଣ ଥିବ ଏବଂ ଲୋକମାନଙ୍କୁ କିଭଳି ଭାବେ ସେବା ମିଳୁଥିବ । ଜିଲ୍ଲା ପ୍ରଶାସନ ଘଟଣା ପ୍ରତି ଦୃଷ୍ଟି ଦେବା ସହ କାର୍ଯ୍ୟରେ ହେଳା କରୁଥିବା ସରକାରୀ ବାବୁମାନଙ୍କ ବିରୋଧରେ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଚେତନ ମହଲରେ ଦାବୀ ହେଉଛି ।
ପୌରପାଳିକା କାର୍ଯ୍ୟାଳୟ ରେ ସରକାରି ବାବୁ ମାନଙ୍କ ମନମାନି !!!

