ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ବି. ଏନ. ପ୍ୟାଲେସ ଠାରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତା ରେ ମୁଖ୍ୟମନ୍ତ୍ରୀଙ୍କ ଲୋକ କଳା ଟ୍ରଫି – ୨୦୨୧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏଥିରେ ଯୋଗଦେଇ ଜିଲ୍ଲାର ଲୋକକଳାକୁ ବଞ୍ଚାଇବା ସହ ପ୍ରଚାର ପ୍ରସାର କରି ରାଜ୍ୟ ତଥା ରାଜ୍ୟ ବାହାରେ ସୁନାମ ଅର୍ଜନ କରିବାକୁ କଳାକାର ମାନେ ଉଦ୍ୟମ କରି ବାକୁ କହିଥିଲେ l ଜିଲ୍ଲାର ସାତ ଗୋଟି ବ୍ଲକର ଗୋଷଣୀ, ଗୁମ୍ମା, କାଶୀନଗର, ମୋହନା, ନୂଆଗୁଡା ରାୟଗଡା, , ରା. ଉଦୟଗିରି, ପ୍ରତିଯୋଗିତାରେ ଭାଗନେଇ ଥିଲେ l ଉକ୍ତ ପ୍ରତିଯୋଗିତା ରେ ପ୍ରଥମ ରା. ଉଦୟଗିରି ବ୍ଲକ,ଦ୍ୱତୀୟ – ଗୋଷଣୀ ବ୍ଲକ, ତୃତୀୟ -ରାୟଗଡା ବ୍ଲକର କଳାକାର ମାନେ ହୋଇଥିବା ବେଳେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗିତା ମାନଙ୍କୁ ମାନ ପତ୍ର ସହ ଟ୍ରଫି ଜିଲ୍ଲାପାଳ ପ୍ରଦାନ କରିଥିଲେ. ଏହି ଦଳଗୁଡିକ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ l ଅନ୍ୟ ଲୋକ କଳା ଦଳ ମାନଙ୍କୁ ମାନ ପତ୍ର ପ୍ରଦାନ କରାଯାଇଥିଲା l ବିଚାରକ ଭାବେ ନରସିଂହ ପଟ୍ଟନାୟକ, ଦେବେନ୍ଦ୍ର ଦାସ, ରଘୁନାଥ ପାତ୍ର, ଇନ୍ଦ୍ରା ପଟ୍ଟନାୟକ, ଡି. ପ୍ରିୟଙ୍କା ପ୍ରମୁଖ ଯୋଗ ଦେଇଥିଲେ l ଏହି ସଭାରେ ଜିଲ୍ଲା ସଂସ୍କୃତି ଅଧିକାରୀ ତାପସ୍ୱନୀ ହାସଡ଼ା ପରିଚାଳନା କରିଥିଲେ l
ମୁଖ୍ୟମନ୍ତ୍ରୀଙ୍କ ଲୋକ କଳା ଟ୍ରଫି – ୨୦୨୧ ପ୍ରତିଯୋଗିତା ଅନୁଷ୍ଠିତ !!!

