ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡାଝୋଲା, ବେରୁହାଁ ହରିପୁର, କାପ୍ତାପଲ୍ଲୀ, ଗୁମି, ଯାକେଡ଼ା, ପରାଢ଼ୀପୀ, ମାଇଛେଳି ଇତ୍ୟାଦି ଗ୍ରାମ ପଞ୍ଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି . ସେହିଭଳି ଗତକାଲି ମଧ୍ୟ ଉଦୟପୁର,,ସିକ୍ରିଡ଼ା ଗ୍ରାମ ପଞ୍ଚାୟତ ରେ ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ କାନ୍ଦାଳ୍ପ ଗ୍ରାମର ଭାଙ୍ଗିଥିବା ବ୍ରିଜ କୁ ପୁନରୁଦ୍ଧାର କରି ନୂତନ ଭାବରେ ନିର୍ମାଣ କରିବା ପାଇଁ ଭିତ୍ତିପ୍ରସ୍ତର ଦେଇଥିଲେ l କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ବ୍ଲକ ଅଧକ୍ଷ୍ୟ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ , ନୂଆଗାଁ ବିଡ଼ିଓ ପ୍ରମୋଦ କୁମାର ନାୟକ, ସନ୍ୟାସୀ ସମାଲ, ଦିଲୀପ ଦଳବେହେରା, କାପ୍ତାପଲ୍ଲୀ ସରପଞ୍ଚ ସୁଶ୍ରୀମୟୀ ସାମନ୍ତରାୟ, ସମିତିସଭ୍ୟ ବିଭୁତି ଭୂଷଣ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ . ଗରୀବ ଲୋକମାନଙ୍କ ପାଇଁ ଏହା ରାଜ୍ୟ ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ ସ୍ଥାନୀୟ ବିଧାୟକ .
ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କଲେ ଦଶପଲ୍ଲା ବିଧାୟକ !!!

