ଓଡିଶା ପତ୍ରକାର ସଂଘର ଦ୍ଵାଦଶ ବାର୍ଷିକ ଉତ୍ସବ ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ଓଡିଶା ପତ୍ରକାର ସଂଘର ଦ୍ୱାଦଶ ବାର୍ଷିକ ଉତ୍ସବ ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରାୟଗଡ ସ୍ଥିତ ହୋଟେଲ ସତ୍ୟମ ରେସିଡେନ୍ସି ସମ୍ମିଳନୀ କକ୍ଷରେ ରାଜ୍ୟ ସଭାପତି ଅବିନାଶ ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି | ଆୟୋଯିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମହୋଦୟ ଯୋଗଦେଇ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଗୁଡିକୁ ହୃଦଙ୍ଗମ କରିବା ସହ ରାଜ୍ୟ ସରକାରଙ୍କ ନଜରକୁ ଆଣି ତାହାର ଆଶୁ ସମାଧାନ କରିବା ତଥା ସାମ୍ବାଦିକଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେବାକୁ ନିଜ ବକ୍ତବ୍ୟରେ କହିଥିଲେ | ଶ୍ରମିକ ନେତା ମହେନ୍ଦ୍ର ପରିଡା ମୁଖ୍ୟ ବକ୍ତା ରୂପେ ଯୋଗଦେଇ ନିଜ ଭାଷଣରେ କହିଥିଲେ , ସାମ୍ବାଦିକଙ୍କୁ ସରକାର ସାମାଜିକ ସୁରକ୍ଷା ଯୋଗାଇଦେବା, ପେନସନ ପ୍ରଦାନ କରିବା ଇତ୍ୟାଦି ନିତାନ୍ତ ଆବଶ୍ୟକ | ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି ମହୋଦୟ ଯୋଗଦେଇ ଗ୍ରାମାଞ୍ଚଳର ସାମ୍ବାଦିକଙ୍କ ସମସ୍ୟା ଓ ସରକାରଙ୍କ ଦୂରଦୃଷ୍ଟି ସମ୍ପର୍କରେ ଆଲୋକପାତ କରିଥିଲେ |

କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ରୂପେ ଶ୍ରୀଯୁକ୍ତ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯୋଗଦେଇ ସାମ୍ବାଦିକଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କହିବା ସହ ସାମ୍ବାଦିକଙ୍କ ସ୍ୱାର୍ଥ ପାଇଁ ସରକାରଙ୍କ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ସେସମ୍ପର୍କରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ | ସଭାକାର୍ଯ୍ୟ ଆରମ୍ଭରେ ଅତିଥି ଗଣ ଠାକୁରଙ୍କ ଫୋଟ ଚିତ୍ରରେ ଧୂପ ଦୀପ ପ୍ରଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଦିବଂଗତ ସାମ୍ବାଦିକଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା | ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ଓଡିଶାର ବିଭିନ୍ନ ଜିଲ୍ଲା ଓ ରାୟଗଡା ଜିଲ୍ଲାର କେତେକ ବରିଷ୍ଠ ଓ ଅଗ୍ରଣୀ ସାମ୍ବାଦିକଙ୍କୁ ଓଡିଶା ପତ୍ରକାର ସଂଘର 12 ତମ ବାର୍ଷିକ ଉତ୍ସବ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି | ସେମାନଙ୍କ ମଧ୍ୟରୁ ପୁରୀ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଶଙ୍କର ବେହେରା, ରାୟଗଡା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଯୋଗେଶ୍ଵର ଦାସ, ବି ଭି. ରାମନା, ଦୈନିକ ସାକ୍ଷୀ ତେଲୁଗୁ ଖବର କାଗଜର ସାମ୍ବାଦିକ, ସିମାଞ୍ଚଳ ପଣ୍ଡା, କନକ ନ୍ୟୁଜ , ଗୁରୁ ପ୍ରସାଦ ସାହୁ, ସ୍ମୃତି ରଞ୍ଜନ ମହାନ୍ତି, ଶିବ ନାରାୟଣ ଗୌଡ, କୋରାପୁଟ ଜିଲ୍ଲାର ବରିଷ୍ଠ ସାମ୍ବାଦିକ କେ. ସକିଲ ଦୋରା, ଭୁବନେଶ୍ୱର ସାମ୍ବାଦିକ ପ୍ରଭାକର ବିଶ୍ୱାଳ . ବଲାଙ୍ଗୀର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଜନାବ ଖାନ, ଶ୍ରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ରାୟଗଡା , ଗଞ୍ଜାମ ଜିଲ୍ଲାର ଚିତରଞ୍ଜନ ମହାପାତ୍ର ଓ ପୁରୀ ଜିଲ୍ଲା ମହିଳା ସାମ୍ବାଦିକା ଜ୍ୟୋତିର୍ମୟୀ ପରିଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଉପସ୍ଥିତ ଅତିଥି ମାନଙ୍କୁ ଉପୋଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା |

ଓଡିଶା ପତ୍ରକାର ସଂଘ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ରାମଦାସ ଲିମା ଅତିଥି ପରିଚୟ ପୂର୍ବକ ମଞ୍ଚ ପରିଚାଳନା କରିଥିବା ବେଳେ, ରାଜ୍ୟ ଉପ-ସଭାପତି ହର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ | ଆୟୋଜିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଓଡିଶା ପତ୍ରକାର ସଂଘର ଦକ୍ଷିଣ ଓଡିଶା ଉପ-ସଭାପତି ଭାବେ ଶ୍ରୀ ନଳିନୀ କୁମାର ପାଣି, ଦକ୍ଷିଣ ଓଡିଶା ସମ୍ପାଦକ ଭାବେ କେ. ସକିଲ ଦୋରା, ପଶ୍ଚିମ ଓଡିଶା ଉପ-ସଭାପତି ରୂପେ ଜନାବ ଖାନଙ୍କୁ ମନୋନୀତ କରାଯାଇଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରୂପେ ରାୟଗଡ ରୁ ରାଜେଶ କୁମ୍ବାର, କୋରାପୁଟ ରୁ ଦୟାନିଧି ପଟ୍ଟନାୟକ ଏବଂ ନୂଆପଡାରୁ ମଞ୍ଜୁର ହୁସେନଙ୍କୁ ମନୋନୀତ କରାଯାଇଛି | ଓଡିଶା ପତ୍ରକାର ସଂଘର ରାୟଗଡ ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ଶ୍ରୀ ରଘୁନାଥ କାମ୍ବା, ଜିଲ୍ଲା ସଭାପତି, ଉମାଶଙ୍କର ପାଢୀ ଜିଲ୍ଲା ସମ୍ପାଦକ, କୋଷାଧ୍ୟକ୍ଷ ଭାବେ ରାଜେଶ କୁମ୍ଭାରଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଛି | ଏହି କାର୍ଯ୍ୟକ୍ରମରେ ଆଲୋକ କୁମାର ମହାରଣା, ଏମ୍ ନରେଶ କୁମାର ଏବଂ ସୁନିଲ କୁମାର ପାତ୍ର ଏବଂ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *