ବାଇଗୁଣୀଆ ଚ୍ୟାଲେଞ୍ଜ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ !!!

0
328
Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ନୟାଗଡ ଜିଲ୍ଲା ବାଇଗୁଣୀଆ ଗ୍ରାମ ଖେଳ ପଡିଆରେ ଚାଲିଥିବା ବାଇଗୁଣୀଆ ଚ୍ୟାଲେଞ୍ଜ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ବାଇଗୁଣୀଆ ଯୁବକ ସ°ଘ ତରଫରୁ ଆଠ ଗୋଟି କ୍ରିକେଟ ଟିମକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । ଫାଇନାଲରେ ବାହାଡା କ୍ରିକେଟ ଟିମ ଓ ଚକ୍ରଧର ପ୍ରସାଦ ପହଞ୍ଚିଥିଲେ ।ଗୁରୁବାର ଦିନ ଆୟୋଜିତ ଏହି ଉଦଯାପନୀ ମ୍ୟାଚରେ ବାହାଡଶୁଣୀ କ୍ରିକେଟ ଟିମ ପ୍ରଥମେ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୮ ଇଉକେଟ ହରାଇ ୧୬୩ ରନ କରିଥିଲା । ଜବାବରେ ଚକ୍ରଧର ପ୍ରସାଦ ୧୬ ଓଭରରେ ସମସ୍ତ ଇଉକେଟ ହରାଇ ୧୦୯ ରନ କରି ପରାଜିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଯୁବ ସମାଜସେବୀ ବେଣୁଧର ପ୍ରଧାନ , ସମ୍ମାନୀତ ଅତିଥି ଭାବରେ ଅଧ୍ୟାପକ ସର୍ବେଶ୍ୱର ମହାରଣା ,ପ୍ରଦୀପ୍ତ କୁମାର ନନ୍ଦ ,ସୁରେନ୍ଦ୍ର ବିଶୋଇ ଯୋଗଦେଇ ଆୟୋଜକ ଓ ସମସ୍ତ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଚମ୍ପିୟାନ ବାହାଡା ଦଳକୁ ଟ୍ରଫି ସହିତ ନଗଦ ୫ ହଜାର ଟଙ୍କା ଓ ରନର୍ସ ଅପ ଚକ୍ରଧର ପ୍ରସାଦ କ୍ରିକେଟ ଟିମ୍ କୁ ଟ୍ରଫି ସହିତ ୩ ହଜାର ଟଙ୍କା ପ୍ରଦାନ କରିଥିଲେ । ଏହି ଫାଇନାଲ ମ୍ୟାଚରେ ଖେଳକୁ ପରିଚାଳନା କରିଥିଲେ ବିଶ୍ୱଭୂଷଣ ସାହୁ ଓ କେଦାର ପ୍ରଧାନ । ସ୍କୋରର ସହାୟତା କରିଥିଲେ ଲିପୁନା ଓ କାଳିଆ । ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ ରାଜେଶ ଓ କୁନା । ବାଇଗୁଣୀଆ ଗ୍ରାମ ଯୁବକ ସ°ଘର ସଦସ୍ୟ ନିହାର ରଞ୍ଜନ ଦାସଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ କ୍ଲବ ର ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟ ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ ।

Leave a reply

  • Default Comments (0)
  • Facebook Comments
Please enter your comment!
Please enter your name here