ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଖଣ୍ଡପଡ଼ା ସ୍ଥିତ ପଠାଣି ସାମନ୍ତ ମହାବିଦ୍ୟାଳୟ ର ୪୩ ତମ ବାର୍ଷିକ ଉତ୍ସବ ତଥା ୧୮୭ ତମ ପଠାଣି ସାମନ୍ତ ଜୟନ୍ତୀ ପାଳିତ ହୋଇଯାଇଛି . ମହାବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ୱର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଡ଼.ରବୀନ୍ଦ୍ର କୁମାର ମିଶ୍ର, ସମ୍ମାନୀତ ଅତିଥିଭାବେ ମହାବିଦ୍ୟାଳୟର ପୂର୍ବତନ ଇଂଗ୍ରାଜୀ ବିଭାଗ ଅଧ୍ୟାପକ ଜଗଦ୍ଦିଶ ପ୍ରସାଦ ମହାପାତ୍ର , ମୁଖ୍ୟବକ୍ତା ଭାବେ ପଣ୍ଡିତ ମନୋଜ କୁମାର ଦାଶ ଏବଂ ଅଧ୍ୟାପକ ବିରଞ୍ଚି ନାରାୟଣ ଶତପଥି, ଅଧ୍ୟାପକ ଭାଗୀରଥି ମହାରଣା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ . ଏହି ଅବସରରେ ପଠାଣି ସାମନ୍ତ ଏବଂ ପୂର୍ବତନ ବିଧାୟକ ଅରୁଣ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କର ଯାଇଥିଲା . ସଭାରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ର,ଛାତ୍ରୀ ଯୋଗ ଦେଇଥିଲେ .


