ଟେଲି ଯୋଗାଯୋଗ କ୍ଷେତ୍ରରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିଲା ଦଶପଲ୍ଲା !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : କଳସଖମଣ ରେ ମୋବାଇଲ ଟାୱାର ଉଦଘାଟନ କଲେ ବିଧାୟକ ଏବଂ ସାଂସଦ ll ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ କଳସଖମଣ ପଞ୍ଚାୟତରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏବଂ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଯୋଗଦେଇ ଟେଲି ଯୋଗାଯୋଗ କ୍ଷେତ୍ରରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିବା ପାଇଁ ମୋବାଇଲ ଟାୱାର ର ଶୁଭ ଉଦଘାଟନ କରିଛନ୍ତି . ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଦୂରସଂଚାର ମାଧ୍ୟମ ସହଜ ହୋଇ ପାରିଲେ ଅନେକ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ପ୍ରକାଶ କରିଛନ୍ତି ଦଶପଲ୍ଲା ବିଧାୟକ . ଉଭୟ ସାଂସଦ ଏବଂ ବିଧାୟକଙ୍କ ଚେଷ୍ଟାରେ ଅଞ୍ଚଳରେ ବିଏସଏନଏଲ ମୋବାଇଲ ଟାୱାର ପ୍ରତିଷ୍ଠା ହୋଇ ପାରିଥିବାରୁ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି l ସ୍ଥାନୀୟ ବାସିନ୍ଦାଙ୍କ ଅନେକ ଦିନର ଦାବୀକୁ ଦଶପଲ୍ଲା ବିଧାୟକ ସମାଧାନ କରିଥିବା କଥା ସାଂସଦ ଡ଼.ସାମନ୍ତ କହିଥିଲେ l ଶତାଧିକ ମହିଳା ଏବଂ ପୁରୁଷ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ l ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଦଶପଲ୍ଲା ବ୍ଲକ ଅଧକ୍ଷ୍ୟା ଶ୍ରୀମତୀ ସୁନନ୍ଦା ସାହୁ , ନୂଆଗାଁ ବ୍ଲକ ଅଧକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଦଶପଲ୍ଲା ବ୍ଲକ ଉପଧକ୍ଷ୍ୟ ବସନ୍ତ ସାହୁ , ସ୍ଥାନୀୟ ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ l ଟାୱାର ନିର୍ମାଣ ହେବା ଫଳରେ ଆଖପାଖର ତିନି ଚାରୋଟି ପଞ୍ଚାୟତରେ ନେଟୱାର୍କ ସମସ୍ୟା ଦୂର ହେବା କଥା ସ୍ଥାନୀୟ ଲୋକମାନେ କହିଛନ୍ତି l

Leave a Reply

Your email address will not be published. Required fields are marked *