ଡ୍ରେନ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଜଙ୍କିଆ ପଞ୍ଚାୟତ ଓସ୍ତପଡା ଗ୍ରାମ ଠାରୁ ମଶାଣି ପର୍ଯ୍ୟନ୍ତ ଡ୍ରେନ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ କରିଛନ୍ତି ବିଜେପି ଜିଲ୍ଲା ସମ୍ପାଦକ ତାପସ କୁମାର ମାର୍ଥା । ୨୦୨୦ / ୨୧ ମସିହା ରେ ଡ୍ରେନ ଏବଂ କର୍ଲଭଟ ନିର୍ମାଣ ପାଇଁ ୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । କାର୍ଯ୍ୟ ର ଏକ ବର୍ଷ ପୁରି ନଥିବା ବେଳେ ନିମ୍ନ ମାନର କାର୍ଯ୍ୟ ଲାଗି ଡ୍ରେନ ଭୁଷୁଡି ପଡ଼ିଲାଣି । ସରକାର ଗାଁ ର ଉନ୍ନତି ନିମନ୍ତେ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ କିଛି ଠିକାଦାର ଉପରିସ୍ଥ ଅଧିକାରୀଙ୍କୁ ଧରି ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହେଉଅଛି । ଅତି ନିମ୍ନମାନର କାର୍ଯ୍ୟ ହୋଇଥିବା ବେଳେ ବ୍ଲକ ଅଧିକାରୀ ଏହା କିପରି ଜାଣି ପାରିଲେ ନାହିଁ । ବ୍ଲକ ଅଧିକାରୀ କାର୍ଯ୍ୟ ର ତଦାରଖ କରିଛନ୍ତି ନା ନାହିଁ ସେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା । ଅତି ନିମ୍ନମାନର କାର୍ଯ୍ୟ ହୋଇଥିଲେ ମଧ୍ୟ ଠିକାଦାର ଙ୍କୁ କିପରି ସମ୍ପୁର୍ଣ୍ଣ ବିଲ୍ ଦିଆଗଲା ବୋଲି ସାଧାରଣରେ ପ୍ରଶ୍ନବାଚୀ । ରଣପୁର ବିଡ଼ିଓ ଙ୍କ କାର୍ଯ୍ୟଦକ୍ଷତା ଉପରେ ଅଞ୍ଚଳବାସୀଙ୍କ ବିଶ୍ୱାସ ଥିବା ବେଳେ ଏ କ୍ଷେତ୍ରରେ ବିଡ଼ିଓ କି ପ୍ରକାର ପଦକ୍ଷେପ ନେଉଛନ୍ତି ତାହାକୁ ଅପେକ୍ଷା କରିଛନ୍ତି ଅଞ୍ଚଳବାସୀ । ଏଠାରେ ବିଡ଼ିଓ ପଦକ୍ଷେପ ନେଉଛନ୍ତି ନା ରାଜନୈତିକ ଚାପରେ ଚେପା ହୋଇ ରହୁଛନ୍ତି ତା ଉପରେ ଜନସାଧାରଣଙ୍କ ନଜର ରହିଛି । ଦୋଷୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ନୟାଗଡ଼ ବିଜେପି ଜିଲ୍ଲା ସମ୍ପାଦକ ପ୍ରଶାସନ ନିକଟରେ ଦାବି ରଖିଛନ୍ତି । ଯଦି ତୁରନ୍ତ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଶ୍ରୀ ମାର୍ଥା ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *