!!! ଆଗରୁ କେବେବି ଅଧ୍ୟକ୍ଷ ପଦରେ ବସି ନାହାନ୍ତି ବାଙ୍କୀ ରୁ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ !!!
ବାଙ୍କୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ପ୍ରକାଶ ପାଇସାରିଛି ସାନି ବିଜ୍ଞପ୍ତି । ନୂତନ ତାଲିକା ପ୍ରକାଶ ପାଇବା ପରେ କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ କୁ ନେଇ ବାଙ୍କୀ ପାଇଁ ସୃଷ୍ଟି ହୋଇଛି ସମ୍ଭାବନା . ଆଗରୁ କେବେବି ବାଙ୍କୀ ରୁ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ , ଜିଲ୍ଲା ଅଧ୍ୟକ୍ଷ ପଦବୀରେ ବସି ନାହାନ୍ତି . ତେବେ ଦୀର୍ଘ ବର୍ଷ ଧରି ବାଙ୍କୀ ଶାସନ କ୍ଷମତାରେ ଥିବା ନେତା ଜିଲ୍ଲା ସ୍ତରରେ କାହିଁକି ନିଜର ପତିଆରା ଦେଖାଇ ପାରୁ ନାହାନ୍ତି ତାହା ଏବେବି ଅବୁଝା . ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ସଂରକ୍ଷଣ ତାଲିକା ଘୋଷଣା ପରେ କଟକ ଜିଲ୍ଲା ଅଧ୍ୟକ୍ଷ ପଦରେ ମହିଳା ବସିବେ ବୋଲି ଜଣା ଯାଇଥିଲା . ଅଧ୍ୟକ୍ଷ ପଦ ପାଇଁ ପ୍ରମୂଖ ଦାବୀଦାର କୁହା ଯାଉଥିବା ବାଙ୍କୀ ବିଜେଡିର ଅନ୍ୟତମ ଟାଣୁଆ ନେତାଙ୍କ ଆଶା ମଉଳି ଯାଇଥିଲା . ଅଗତ୍ୟା ସେ ଜିଲ୍ଲା ଛାଡି ପଞ୍ଚାୟତ ସମିତି ଆଡକୁ ମୁଁହାଇଥିଲେ . ତେବେ ପଞ୍ଚାୟତରାଜ ବିଭାଗ ଦ୍ୱାରା ସାନି ବିଜ୍ଞପ୍ତି ପ୍ରକାଶ ପରେ ପୁଣି ଜୋର ଧରିଛି ଆଶା . କାରଣ ବାଙ୍କୀ ରୁ ଏହି ପଦବୀ ପାଇଁ ଦଳର ଫେଭରିଟ ନେତୃତ୍ୱ , ଏହା ପୂର୍ବରୁ ଲଗାତାର ତିନି ଥର ଅଲଗା ଅଲଗା ତିନୋଟି ଜୋନ ରୁ ଜିଲ୍ଲା ପରିଷଦ ଭାବରେ ନିର୍ବାଚିତ ହୋଇ ସାରିଛନ୍ତି . ଦୀର୍ଘ ବର୍ଷ ଧରି ବାଙ୍କୀ ବିଜେଡିର ଶୀର୍ଷ ନେତା ତଥା ପ୍ରଭାତ ତ୍ରିପାଠୀଙ୍କ ଏକାନ୍ତ ଅନୁଗତ ତଥା ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବାଙ୍କୀ ବିଜେଡି ସଂଗଠନ ପାଇଁ କାମ କରିଥିବା ନେତାଙ୍କୁ ଚଳିତ ଥର ଜିଲ୍ଲା ଅଧ୍ୟକ୍ଷ ପଦବୀ ପାଇଁ ପ୍ରଭାତ ତ୍ରିପାଠୀ ପ୍ରୋଜେକ୍ଟ ପ୍ରମୋଟ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଲାଣି . ସୂଚନା ଅନୁଯାୟୀ ପଞ୍ଚାୟତିରାଜ ବିଭାଗ ଦ୍ୱାରା ଏହି ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆସନ୍ତା ୧୦ ଦିନ ମଧ୍ୟରେ ଅଥାର୍ତ ୩ ତାରିଖ ସୁଦ୍ଧା ଏ ବାବଦରେ ଜନସାଧାରଣଙ୍କ ଠାରୁ ଅଭିଯୋଗ ଓ ପରାମର୍ଶ ଗ୍ରହଣ କରାଯିବ । ସାଧାରଣ ଲୋକେ ସେମାନଙ୍କର ଅଭିଯୋଗ ଇମେଲ ଯୋଗେ ଦାଖଲ କରିପାରିବେ । ଆଉ ଏହାପରେ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ।

ପ୍ରକାଶ ପାଇଥିବା ସାନି ବିଜ୍ଞପ୍ତିରେ ୧୫ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । କନ୍ଧମାଳ, କେନ୍ଦ୍ରାପଡା,କୋରାପୁଟ, ଖୋର୍ଦ୍ଧା, ଗଞ୍ଜାମ, ଝାରସୁଗୁଡା, ଢେଙ୍କାନାଳ, ନୂଆପଡା, ପୁରୀ, ବଲାଙ୍ଗୀର, ବୌଦ୍ଧ, ମାଲକାନଗିରି, ଯାଜପୁର, ରାୟଗଡା, ସମ୍ବଲପୁର ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସେହିଭଳି ଅନୁଗୁଳ, କଟକ, କଳାହାଣ୍ଡି, କେଉଁଝର, ଗଜପତି, ଦେଓଗଡ, ନୟାଗଡ, ବରଗଡ, ବାଲେଶ୍ୱର, ସୁବର୍ଣ୍ଣପୁର ଜିଲ୍ଲାକୁ ଅଣ ସଂରକ୍ଷିତ ରଖାଯାଇଛି । ଖୋର୍ଦ୍ଧା, ଝାରସୁଗୁଡା, ଗଞ୍ଜାମ, ଢେଙ୍କାନାଳ, ନୂଆପଡା, ପୁରୀ, ବଲାଙ୍ଗୀର, ସମ୍ବଲପୁରକୁ କେବଳ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଜାନୁଆରି ୫ ତାରିଖରେ ଆପତ୍ତି ଅଭିଯୋଗର ଶୁଣାଣି କରି ୭ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ୮ ତାରିଖରେ ପଞ୍ଚାୟତିରାଜ ବିଭାଗ ରାଜ୍ୟ ନିର୍ବାଚନ କମିଶନଙ୍କୁ ଚୂଡାନ୍ତ ତାଲିକା ଦେବ ।

ତେବେ ସଂଶୋଧିତ ତାଲିକା ପ୍ରକାଶ ପରେ ବାଙ୍କୀ ନିର୍ବାଚନ ମଣ୍ଡଳୀରେ ବଢ଼ିବାରେ ଲାଗିଛି କଳ୍ପନା ଜଳ୍ପନା . ରାଜ୍ୟ ରାଜନୀତିରେ ବାଙ୍କୀ ନିର୍ବାଚନ ମଣ୍ଡଳୀର ବେଶ ଗୁରୁତ୍ୱ ରହିଥିବା ସମୟରେ , ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳରେ ପ୍ରଭାତ ତ୍ରିପାଠୀଙ୍କର ଢେର ଦବଦବା ରହିଛି . ଦଳର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଭାବରେ କଟକ ଜିଲ୍ଲା ସଙ୍ଗଠନରେ ମଧ୍ୟ ପ୍ରଭାତ ତ୍ରିପାଠୀ ବେଶ ପ୍ରଭାବୀ . ବିଗତ ତିନୋଟି ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଅନ୍ୟ ନିର୍ବାଚନ ମଣ୍ଡଳୀକୁ ଯାଇଥିବା କାରଣରୁ ଚଳିତ ଥର ବାଙ୍କୀ ରୁ ନିର୍ବାଚିତ ପ୍ରତିନିଧିଙ୍କୁ ଅଧ୍ୟକ୍ଷ କରିବା ପାଇଁ ପ୍ରଭାତ ତ୍ରିପାଠୀ ଜୋରଦାର ଲବି କରିବାର ସମ୍ଭାବନା ରହିଛି . ଅନ୍ୟ ପକ୍ଷରେ ବାଙ୍କୀର ଜୋନ ସ୍ତରୀୟ ରାଜନୀତି କୁ ଲକ୍ଷ କଲେ ବାଙ୍କୀ ବିଜେଡି କ୍ୟାମ୍ପରେ ଦୃଢ ନେତୃତ୍ୱ ଥିବା ଉପଯୁକ୍ତ ପ୍ରାର୍ଥୀ ମଧ୍ୟ ଅଛନ୍ତି . ୨୦୦୭ , ୨୦୧୨ ଏବଂ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ଟିକେଟ ରେ ଲଢ଼ି କ୍ରମାଗତ ଭାବରେ ଜିଲ୍ଲା ପରିଷଦ ସଭ୍ୟ ଭାବରେ ବିଜୟୀ ହୋଇଥିବା ପ୍ରଣବ କିଶୋର ପଟେଲ ବାଙ୍କୀ ବିଜେଡି ର ଜଣେ ୟୁନିକ ଆସେଟ . ଦଳୀୟ ସଂଗଠନ ପାଇଁ କରିଥିବା କାମର ଫଳ ସ୍ୱରୂପ , ତାଙ୍କୁ ଅଧ୍ୟକ୍ଷ ପଦ ପର୍ଯ୍ୟନ୍ତ ପ୍ରମୋଟ କରିପାରନ୍ତି ପ୍ରଭାତ ତ୍ରିପାଠୀ . ଅନ୍ୟ ପକ୍ଷରେ କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀକୁ ହାତେଇବା ଚଳିତ ଥର ବାଙ୍କୀ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ .

