ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ସମଗ୍ର ଓଡିଶାରେ ଡମପଡା ବ୍କକର ମନରେଗା ଦୁର୍ନିତି ଚର୍ଚ୍ଚାରେ ଥିବାବେଳେ କୁସୁପଙ୍ଗୀ ପଞ୍ଚାୟତରେ ଭିଜିଲାନ୍ସ ବିଭାଗ ଓ ଦୁଲଣାପୁର ପଞ୍ଚାୟତରେ ରାଜ୍ୟ ପଞ୍ଚାୟତରାଜ ବିଭାଗ ତରଫରୁ ଚଢାଉ କରାଯାଇଥିଲା । ପୁଣି ଥରେ ସେହି ଦୁର୍ନିତିର ମଞ୍ଜି ବୁଣା ଯାଇଥିବା ରୋଚକ ଖବରଟିଏ ଆୱାଜ ମିଡିଆ ର ହସ୍ତଗତ ହୋଇଛି ।ରାଜ୍ୟ ସରକାର ଜନକଲ୍ୟାଣ ନାମରେ କୋଟି କୋଟି ଟଙ୍କାର ବିଭିନ୍ନ ଯୋଜନା ମାନ ପ୍ରଣୟନ କରୁଛନ୍ତି । କିନ୍ତୁ ଅଯୋଗ୍ୟ ଲୋକ ସରକାରୀ କଳ ଓ ପ୍ରଶାସନକୁ ହାତେଇ ଲକ୍ଷାଧିକ ଟଙ୍କା ହାତଉଛନ୍ତି । ଯୋଗ୍ୟ ଲୋକ ସବୁବେଳେ ଅବହେଳିତ । ଡମପଡା ବ୍କକର କୁସୁପଙ୍ଗି ଗ୍ରା.ପ.ର ଘାସିପୁଟ ଅଞ୍ଚଳରେ ଏ_୦.୦୬ ଡେସିମିଲି ଜାଗାରେ ଖାତା ନମ୍ବର ୨୮୧ ରଖିତ ଅନାବାଦି ପ୍ଲଟ ନଂ ୬୮୮ କିସମ ଗୋଚର ସ୍ଥାନରେ ତିଆରି ହୋଇଛି ବିଜୁ ପକ୍କାଘର ।

ସରକାରୀ ଗୋଚର ଜମି ଉପରେ ୩ ମହଲା ବିଶିଷ୍ଟ ସୁରମ୍ୟ ଅଟ୍ଟାଳିକାରେ ୪ ବଖରା ବିଶିଷ୍ଟ ଟାଇଲ୍ ଘର । ତେଣୁ ଏହି ଅଯୋଗ୍ୟା ହିତାଧିକାରୀ ଶ୍ରୀମତୀ ରାଧୀଦେଇ ସ୍ୱାମୀ ଯୁଧିଷ୍ଠିର ରଣା ଉଭୟ ସରପଞ୍ଚ ଏବଂ ରାଜସ୍ୱ ନୀରକ୍ଷକଙ୍କୁ ହାତ କରି ସରକାରଙ୍କ ତରଫରୁ ବିଜୁ ପକ୍କାଘର ଯୋଜନା / ପ୍ରଧାମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ )୨୦୧୬ / ୧୭ ବର୍ଷରେ ଏକଲକ୍ଷ କୋଡିଏ ହଜାର ଅନୁଦାନ ହାତେଇଛନ୍ତି । ନିଜକୁ ଭୂମିହିନ ଦର୍ଶାଇଥିବା ହିରାଧିକାରୀଙ୍କ ଦୁଇପୁଅ ମଧ୍ୟ ସରକାରୀ ଚାକିରୀ କରନ୍ତି । ବାଙ୍କୀ କଟକ ମୁଖ୍ୟ ରାସ୍ତାରେ ଥିବା ଏହି ସରକାରୀ ମୂଲ୍ୟବାନ ଜମି ଏବଂ ଗ୍ରାମକୁ ସଂଯୋଗ କରୁଥିବା ପ୍ରବେଶପଥର ବ୍ୟବହୃତ ରାସ୍ତାକୁ ଜବରଦଖଲ କରି ଜନସାଧାରଣଙ୍କୁ ବହୁତ ହଇରାଣ କରାଉଛନ୍ତି । ନିସ୍ତିପୁର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅବସ୍ଥିତ ଥାଇ ତା’ ଉପରେ ଘର ହେବା ଖବରକୁ କିପରି ସ୍ଥାନୀୟ ଆରଆଇ ଜାଣି ପାରିଲେନି , ତାହା ଉଚ୍ଚ କର୍ତ୍ତୁପକ୍ଷଙ୍କ ଦ୍ୱାରା ତଦନ୍ତ ହେବା ନିହାତି ଦରକାର । ତେବେ ଅଭିଯୋଗ ହେବା ପରେ , ଘର ତିଆରି କରିବାର ୫ ବର୍ଷ ପରେ ରାଜସ୍ୱ ନିରୀକ୍ଷକ ତାଙ୍କ ମନ୍ଦ ଉଦ୍ଦେଶ୍ୟ ଚରିତାର୍ଥ ପାଇଁ ନାମକୁ ମାତ୍ର ପାଞ୍ଚଶହ ଟଙ୍କାର ପାଉତି କାଟିଛନ୍ତି ।

ଗୋଚର ଜମି ଜବରଦଖଲ କରିବା ପରେ ଯୁଧିଷ୍ଠିର ରଣାଙ୍କର ବଡବୋହୁ ପ୍ରତିମା ମହାପାତ୍ରଙ୍କ ନାମରେ ଏକ ଜବରଦଖଲ ମକଦ୍ଦମା ନଂ ୬୫ / ୨୦୨୧ ଦାୟର କରାଯାଇଥିଲେ ସୁଦ୍ଧା ପ୍ରଶାସନ ଚୁପ୍ ହୋଇ ବସିଛି । ଏପରି ଏକ ସରକାରୀ ଗୋଚର ଜମିରେ ହାତେଇଥିବା ବ୍ୟକ୍ତି , କିପରି ହିତାଧିକାରୀ ତାଲିକାରେ ସ୍ଥାନ ପାଇ ବିଜୁ ପକ୍କା ଘର ପାଇଲେ ତାହା ତଦନ୍ତସାପେକ୍ଷ . ଘଟଣାର ତୁରନ୍ତ ଯାଞ୍ଚ କରାଯାଇ , ସରକାରୀ ପ୍ରଦତ୍ତ ମୂଲ୍ୟ ଓ ଲକ୍ଷାଧିକ ଟଙ୍କାର ଦଣ୍ତବିଧାନ ଆକାରରେ ଫାଇନ୍ ସେହି ଅଯୋଗ୍ୟ ହିତାଧିକାରୀ ଠାରୁ ଆଦାୟ କରିବାକୁ ଅଞ୍ଚଳର ବହୁ ସାମାଜିକ କର୍ମି ଏବଂ ବୁଦ୍ଧିଜୀବୀ ଡମପଡା ତହସିଲିଦାରଙ୍କୁ ଅଭିଯୋଗ କରିଛନ୍ତି ।

