ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ସହର ଶୁଣ୍ଡି ସାହିରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ଆତ୍ମହତ୍ୟା ଘଟଣାର କାରଣ ଅସ୍ପଷ୍ଟ ଥିବା ବେଳେ ରାୟଗଡା ଥାନା ପୋଲିସ, ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଅପରପକ୍ଷେ ମୃତ ଝିଅଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତ ନାବାଳିକା ଝିଅଙ୍କ ନାମ ସ୍ୱାତୀ ପାତ୍ର (୧୪) ଓ ପୁଅର ନାମ ରାହୁଲ କୈାଶଲ୍ୟ (୨୬) ବୋଲି ଜଣାପଡିଛି । ଦୀର୍ଘମାସ ଧରି ଦୁହିଁଙ୍କ ମଧ୍ୟରେ ପ୍ରେମ ସଂର୍ପକ ଗଢି ଉଠିଥିବା ବେଳେ ପ୍ରେମିକ ରାହୁଲ ପୂର୍ବରୁ ବିବାହିତ ଥିଲେ । ଆଜି ସକାଳେ ପ୍ରେମିକା ସ୍ୱାତୀ ଟ୍ୟିୁସନରୁ ଫେରି ନ ଥିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ପରେ ପ୍ରେମିକ ରାହୁଲ ନିଜ ଘରେ ପ୍ରେମିକା ସ୍ୱାତୀ ସହ ମିଶି ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଥିବା ନେଇ ଖବର ପ୍ରଚାର ହେବା ପରେ ସ୍ୱାତୀଙ୍କ ପରିବାର ପକ୍ଷରୁ ପୋଲିସଙ୍କୁ ଖବର ଦିଆଯାଇ ହତ୍ୟା ଅଭିଯୋଗ କରାଯାଇଥିବା ନେଇ ମୃତ ଝିଅ ଙ୍କ ମା ପ୍ରକାଶ କରିଛନ୍ତି । ତେବେ ହତ୍ୟା ଅଭିଯୋଗକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ନେଇ ଅତିରିକ୍ତ ଏସପି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *