ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବାଙ୍କୀ ରୁ ପ୍ରକାଶିତ ସାହିତ୍ୟ ଭିତ୍ତିକ ସମ୍ବାଦପତ୍ର “ଜନମ ଭୂଇଁ” ଖୁବ ଶୀଘ୍ର ଡିଜିଟାଲ ପ୍ଲାଟଫର୍ମ ରେ ଉପଲବ୍ଧ ହେବ . ସାମାଜିକ ଗଣମାଧ୍ୟମର ଚାହିଦା ଏବଂ ଲୋକପ୍ରିୟତା କୁ ଆଖି ଆଗରେ ରଖି ଜନମ ଭୂଇଁ ର ଆସନ୍ତା ସଂସ୍କରଣ ଡିଜିଟାଲ ପ୍ଲାଟଫର୍ମ ରେ ପ୍ରକାଶ କରାଯିବ ବୋଲି ସୂଚନା ଦେଇଛନ୍ତି ସମ୍ବାଦପତ୍ର ର ପରିଚାଳନା ମୁଖ୍ୟ ଅଜୟ କୁମାର ସ୍ୱାଇଁ . ବିଗତ ଦିନରେ ବାଙ୍କୀ ଅଞ୍ଚଳର ସମସ୍ୟା ଭିତ୍ତିକ ଖବର ପ୍ରସାରଣ କରି ବେଶ ଲୋକପ୍ରିୟ ହୋଇ ପାରିଥିଲା ସାପ୍ତାହିକ ସମ୍ବାଦପତ୍ର ଜନମ ଭୂଇଁ . ତେବେ କେତେକ ପରିଚାଳନା ଗତ ସମସ୍ୟା ଏବଂ ବୈଷୟିକ ଅସୁବିଧା କାରଣରୁ କିଛି ଦିନ ପ୍ରସାରଣ ବନ୍ଦ ରହିଥିବା ବେଳେ ନୂଆ ବର୍ଷରେ ନୂଆ ରୂପରେ ଏହା ପାଠକ ମାନଙ୍କ ପାଖରେ ପହଞ୍ଚିବ .
ଡିଜିଟାଲ ପ୍ଲାଟଫର୍ମ ରେ ପ୍ରକାଶ ପାଇବ ସାପ୍ତାହିକ ସମ୍ବାଦପତ୍ର ଜନମଭୂଇଁ !!!

