୬୪୯ ତମ ଦିବସରେ ବରୀ ବ୍ଲକରେ ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!!

0
181

13 total views , 1 views today

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାକୁ ପରାହତ କରିବା ନିମନ୍ତେ ଆଜକୁ ଦୀର୍ଘ ୬୪୯ ଦିନ ଧରି ନିରସ୍ତ୍ର ସୈନିକ ସାଜି ନିରବଚ୍ଛିନ୍ନ ଭାବରେ ଲଢ଼ି ଆସୁଛି ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ।

ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ସଚେତନତା କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାରଙ୍କ ନେତୃତ୍ୱରେ ଚାଲୁ ରହିଛି . ଫାଉଣ୍ଡେସନର କର୍ମକର୍ତ୍ତା ମାନେ ଯାଜପୁର ଜିଲ୍ଲାର ବରୀ ବ୍ଲକର ବିଭିନ୍ନ ସ୍ଥାନ ମାନଙ୍କରେ କରୋନାର ତୃତୀୟ ଲହର ଓ ଓମିକ୍ରନରୁ କିଭଳି ଭାବରେ ରକ୍ଷା ପାଇହେବ ସେ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ସହ ଗରିବ, ଅସହାୟ,ବୃଦ୍ଧ/ବୃଦ୍ଧା, ପାଗଳା/ପାଗିଳି ଆଦିଙ୍କୁ ଖାଦ୍ୟ, ବସ୍ତ୍ର, ମାକ୍ସ୍,ସାବୁନ, ସାନିଟାଇଜର, କମ୍ବଳ ସହ ବିଭିନ୍ନ ସାମଗ୍ରୀ ବଣ୍ଟନ କରିଥିବାର ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here