ଆଗ ଗାଁ ନାଁ ଠିକ ରେ ଲେଖ : ପରେ ପ୍ରଚାର କରିବ !!!

0
443

ବାଙ୍କୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କରି ବିଭିନ୍ନ ଦଳ ସେମାନଙ୍କର ପ୍ରଚାର ଦୃଶ୍ୟକୁ ସୋସାଲ ମିଡିଆରେ ପୋଷ୍ଟ କରୁଛନ୍ତି . ପ୍ରାୟତଃ ଦଳୀୟ ନେତା ମାନେ ସେମାନଙ୍କ ଫେସବୁକ ପେଜ ରେ ପ୍ରଚାର ସମୟର ଫଟୋ ଏବଂ ଭିଡିଓ ଅପଲୋଡ଼ କରୁଥିବାର ଦେଖା ଯାଉଛି . ଅବଶ୍ୟ ଏ ଦୃଷ୍ଟିରୁ ବାଙ୍କୀ ବିଜେପି ଟିକେ ଆଗୁଆ , ହେଲେ ବିଧାୟକ ମହାଶୟ ବି ପଛରେ ପଡି ନାହାନ୍ତି . ବାଙ୍କୀ ବିଧାୟକଙ୍କର ଦି ଟା ଫେସବୁକ ପେଜ ଆଉ ଫ୍ୟାନ କ୍ଲବ ଆଇଡି ମଧ୍ୟ ରହିଛି . ତେବେ ସାମାଜିକ ଗଣମାଧ୍ୟମରେ ଡମପଡା ବ୍ଲକ ର ଦୁଲଣାପୁର ନାମ କୁ ଭୁଲ ଲେଖି ସମାଲୋଚନାର ଶରବ୍ୟ ହୋଇଛନ୍ତି ବାଙ୍କୀ ବିଧାୟକ . ସ୍ଥାନୀୟ କିଛି ବାସିନ୍ଦା ଏହାକୁ ନେଇ ପ୍ରତିକ୍ରିୟା ଦେଇଥିବା ସମୟରେ ଆଗରୁ ମଧ୍ୟ ଏପରି ହୋଇଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି . ଘଟଣାକୁ ନେଇ କିଛି ଗ୍ରାମବାସୀ କହୁଛନ୍ତି , ଆଗ ଗାଁ ନାଁ ଠିକ ରେ ଲେଖ ପରେ ପ୍ରଚାର କରିବ .

 

LEAVE A REPLY

Please enter your comment!
Please enter your name here