ପୌର ନିର୍ବାଚନ ପାଇଁ ଅଧ୍ୟକ୍ଷ ଓ କାଉନସିଲର ଟିକେଟ ପ୍ରଦାନ ରେ ଟାଳଟୁଳ ନୀତି : ବହୁ ଅସନ୍ତୁଷ୍ଟ ବିଜେଡି କର୍ମୀ କଂଗ୍ରେସ ରେ ମିଶିଲେ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ନିର୍ବାଚନ ପାଇଁ ଅଧ୍ୟକ୍ଷ ଓ କାଉନସିଲର ଟିକେଟ ପ୍ରଦାନ ରେ ଲୋକପ୍ରିୟ, ଟାଣୁଆ ତଥା ବିଜୟ ସମ୍ଭାବନା ଥିବା ନେତାମାନଙ୍କୁ ଅଣଦେଖା କରାଯାଇଥିବା ରୁ ଶାସକ ବିଜେଡି ଦଳ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ଫଳରେ ସହର ର ବହୁ ବିଜେଡି ନେତା ଓ କର୍ମୀ ବୁଧବାର ବିଜେଡି ଦଳ ଛାଡି କଂଗ୍ରେସ ରେ ମିଶିଛନ୍ତି l ଏ ନେଇ ବୁଧବାର କଂଗ୍ରେସ ପକ୍ଷରୁ ସ୍ଥାନୀୟ ପ୍ରେସ କ୍ଲବରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଏହି କର୍ମୀ ମାନେ କଂଗ୍ରେସ ରେ ମିଶି ଛନ୍ତି l ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଜ଼ିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ, ପିସିସି ସମ୍ପାଦକ ଚନ୍ଦ୍ର ଶେଖର ପରିଡା, ରଜତ ମହାନ୍ତି,ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା,ପୂର୍ବତନ ସାଂସଦ ରାଧାକାନ୍ତ ଡିଗାଲ, ଯୁବ ନେତା ନନ୍ଦ କିଶୋରଦାସ, ନଗର ସଭାପତି, ଶିବ ଶଙ୍କର ବେହେରା ,ଜିଲା ଯୁବ କଂଗ୍ରେସ ସଭାପତି ବସନ୍ତ ପାଢ଼ୀ, ଜ଼ିଲ୍ଲା ଛାତ୍ରକଂଗ୍ରେସ ସଭାପତି ଅନୁପମ କହଁର, ଯୁବ ନେତା ତଥା ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସଞ୍ଜୟ କହଁର ବରିଷ୍ଠ ନେତା ବିଜୟ ମହାନ୍ତି,ହେମନ୍ତ କର ପ୍ରମୁଖ ବହୁନେତା ପ୍ରମୁଖ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରି ଦଳ ରେ ମିଶାଇଥିଲେ l ଏମାନେ ମିଶିବା ଫଳରେ ଦଳ ସହର ରେ ଅଧିକ ଶକ୍ତିଶାଳୀ ହେବାସହ ପୌର ନିର୍ବାଚନ ରେ ବିଜୟ ସମ୍ଭାବନା କୁ ଅଧିକ ଦୃଢ଼ କରିଥିବା ଜ଼ିଲ୍ଲା ସଭାପତି ଅନାମ ନାୟକ କହିଛନ୍ତି l ଆଗକୁ ଆହୁରୀ ଅନେକ ବିଜେଡି ଓ ବିଜେପି ନେତା ଓ କର୍ମୀ କଂଗ୍ରେସ ରେ ସାମିଲ ହେବେ ବୋଲି ସଭାପତି ନାୟକ କହିଛନ୍ତି l ତେଵେ ବିଜେଡ଼ି ର କିଛି ଅସନ୍ତୁଷ୍ଟ ଆଗ ଧାଡ଼ିର ନେତା ଏହି କର୍ମୀ ମାନଙ୍କୁ ପଠାଇଥିବା ଶୁଣିବାକୁ ମିଳୁଛି l

Leave a Reply

Your email address will not be published. Required fields are marked *