ଦନ୍ତା ହାତୀ ମୃତଦେହ ଉଦ୍ଧାର !!!

Spread the love

ଅନୁଗଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ବ୍ଲକ ନନ୍ଦପୁର ପଞ୍ଚାୟତର ମାଧପୁର ଜଙ୍ଗଲ ନିକଟରେ ଏକ ଦନ୍ତା ହାତୀ ମୃତଦେହ ଉଦ୍ଧାର ହୋଇଛି । ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ବିଭାଗୀୟ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଗତ ବିଳମ୍ବିତ ରାତିରେ ହାତୀଟି ମାଧପୁର ଜଙ୍ଗଲ ନିକଟରେ ବୁଲୁଥିବା ବେଳେ ଜଙ୍ଗଲ ପାଖ ଦେଇ ଯାଇଥିବା ବିଦ୍ୟୁତ୍ ଲାଇନରେ ଲାଗି ଯାଇଥିବା ସନ୍ଦେହ କରାଯାଉଛି। ଫଳରେ ହାତୀଟିର ଘଟଣାଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ସେପଟେ ବିଦ୍ୟୁତ ତାର ବିଛାଇଥିବା ଅଭିଯୁକ୍ତ ଫେରାର ହୋଇଯାଇଥିବା ବନ ବିଭାଗ କହିଛି । ଏନେଇ ବନ ବିଭାଗ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି

 

Leave a Reply

Your email address will not be published. Required fields are marked *