ବଡଭାଇର ଆକ୍ରମଣରେ ସାନଭାଇ ମୃତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଗ୍ରାମରେ ଅଭାବନୀୟ ଘଟଣା । ଘରୋଇ କଳିକୁ କେନ୍ଦ୍ର କରି ସାନ ଭାଇକୁ ହତ୍ୟା କରିଲା ବଡ ଭାଇ . ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତିରେ କୌଣସି କାରଣରୁ ଗୁରୁଜଙ୍ଗ ଗ୍ରାମର ମାଧ ମୁଣ୍ଡାଙ୍କ ପରିବାର ମଧ୍ୟରେ କଳହ ସୃଷ୍ଟି ହୋଇଥିଲା. ଏହାକୁ ନେଇ ମାଧ ମୁଣ୍ଡା ରାଗର ବଶବର୍ତ୍ତୀ ହୋଇ ସାନ ଭାଇ ଜମାଦାର ମୁଣ୍ଡାଙ୍କୁ ଧାରୁଆ ଅସ୍ତ୍ରରେ ପ୍ରହାର କରିଥିଲେ . ଜମାଦାର ମୁଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ପରିବାର ବର୍ଗ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ . ଘଟଣା ସମ୍ପର୍କରେ ଖବର ପାଇଁ କାଳିଆପାଣି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ସୁଚନା ମିଳିଛି ।

Leave a Reply

Your email address will not be published. Required fields are marked *