କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ବିଜେପି ପ୍ରଭାରୀ ତଥା ରାଜ୍ୟ ବିଜେପି ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀଙ୍କ ଗାଡିକୁ କୌଣସି ଦୁର୍ବୁତ୍ତ ଗତ ରାତିରେ ଭାଙ୍ଗିଥିବା ଜଣାପଡିଛି । ପ୍ରକାଶ ଯେ, ଶ୍ରୀ ତ୍ରିପାଠୀ କନ୍ଧମାଳ ଜିଲା ଫୁଲବାଣୀରେ ପୌର ପରିଷଦ ପ୍ରଚାର କରି ରାତିରେ ୬ ନଂ. ୱାର୍ଡରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତିଙ୍କ ଘରେ ରାତ୍ରିଯାପନ କରିଥିଲେ । ତାଙ୍କ ମାରୁତି ୱାଗନର ଗାଡିଟି ଘର ପାଖରେ ରଖିଥିଲେ । ସକାଳେ ଦେଖିଲା ବେଳକୁ ଗାଡିର ପଛ ପାଖ କାଚ କୁ ପଥର ମାରି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଏହା ସହିତ କିଛି ବିଜେପି ବ୍ୟାନର କୁ ମଧ୍ୟ ଚିରି ଫୋପାଡ଼ି ଦେଇଛନ୍ତି । ଅଭିଯୋଗ ସତ୍ତ୍ୱେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ କରୁନାହିଁ ବୋଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତି ପ୍ରକାଶ କରିଛନ୍ତି ।