କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ସମାଜସେବା, ଦାନଧର୍ମ, ଉଦାର ମାନବିକତା, ଶୋଭାନୀୟ ଚିନ୍ତା ଚେତନା କଥା ଭାବିଲେ ମନରେ ସ୍ୱତଃ ଜାଗ୍ରତ ହୁଏ ସେହି ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁଙ୍କ ବାଣୀ ” କୋଉ ଭାଇବଂଧୁ କିଏ ବା କାହାର, ସମସ୍ତେ ମାୟାର ଭିୟାଣ, ସାର୍ଥକ ଜୀବନ ତାହାର ପର ପାଇଁ ଯିଏ ଦେଉଛି ପ୍ରାଣ ” ଏହି ଆଦର୍ଶରେ ଅନୁପ୍ରାଣିତ ଆମ ସମୟର ଜଣେ ସାରସ୍ଵତ ସାଧକ, ଅଭିନେତା ତଥା ସମାଜସେବୀ ସନ୍ତୋଷ କୁମାର ପତି ଅନ୍ୟତମ । ପିତା ଗାନ୍ଧିବାଦୀ ରବୀନ୍ଦ୍ରନାଥ ପତି, ମାତା ଧର୍ମପ୍ରାଣା ମନୋରମା ପତିଙ୍କ ସୁପୁତ୍ର ୧୯୬୮ ମସିହାରେ ଜନ୍ମ ଗ୍ରହଣ କରନ୍ତି ଗ୍ରାମ ଦେଉଳି, ୪୨ ମୌଜା, କଟକ ସଦର ମାଟିରେ । ଅଧୁନା ଅଗ୍ରଣୀ ସାମାଜିକ ସଂଗଠନ “ବୟାଳିଶ ମୌଜା ବିକାଶ ପରିଷଦ”ର ସଂପାଦକ ଭାବେ କାର୍ଯ୍ୟ କରି ଗ୍ରାମାଂଚଳ ଶିକ୍ଷାର ବିକାଶ, ସାହିତ୍ୟ, ସଂସ୍କୃତିର ଉନ୍ନତି, ପୂଜ୍ୟପୂଜା ଆଦି ବହୁ ସେବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଜଣେ ଦକ୍ଷ କ୍ରୀଡା ସଙ୍ଗଠକ ଭାବେ ଦେଉଳି ବାଲୁଙ୍କେଶ୍ୱର କ୍ରୀଡା ସଂସଦ ର ସଭାପତି ପଦ ମଣ୍ଡନ ପୂର୍ବକ କ୍ରୀଡାର ବିକାଶ ଦିଗରେ ସାଧନା ଜାରି ରଖି ସମାଜରେ ଉଚ୍ଚ ପ୍ରଶଂସିତ ହୋଇ ପାରିଛନ୍ତି । ଛାତ୍ର ଜୀବନରୁ ଆଦର୍ଶ ବିଦ୍ୟାଳୟ “ବାଲୁଙ୍କେଶ୍ୱର ବିଦ୍ୟାପୀଠ ଦେଉଳି”ର ମେଧାଛାତ୍ର ଭାବେ ଶିକ୍ଷା ଗ୍ରହଣ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଅସହାୟ ଲୋକ ମାନଙ୍କୁ ସେଵା ପ୍ରଦାନ, ଚିକିତ୍ସାଳୟ ମାନଙ୍କୁ ସଫା କରିବା, ବାଳାଶ୍ରମ ମାନଙ୍କରେ ଖାଦ୍ୟ ସାମଗ୍ରୀ ପ୍ରଦାନ, ପାଠ୍ୟ ପୁସ୍ତକ, ଜରାଶ୍ରମରେ କମ୍ବଳ ବଣ୍ଟନ, କରୋନା ମହାମାରୀ ସମୟରେ କରୋନା ଯୋଦ୍ଧା ଭାବେ ନିରବିଛନ୍ନ ସେଵା, ରକ୍ତଦାନ ଶିବିର ଆୟୋଜନ, କୃଷିର ବିକାଶ, ପରିବେଶ ସୁରକ୍ଷା, ଧାର୍ମିକ ତଥା ସଂକୃତିକ ଅନୁଷ୍ଠାନ ମାନଙ୍କୁ ଯଥୋଚିତ ସହଯୋଗ, ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ଆଦି ଅନେକ କାର୍ଯ୍ୟ କରି ସମଗ୍ର ଜିଲ୍ଲାରେ ଉଚ୍ଚ ପ୍ରଶଂସିତ ଆଉ ବିଭିନ୍ନ ସଂଗଠନ ଦ୍ୱାରା ସମ୍ମାନିତ । ସାଙ୍ଗଠନିକ ଦକ୍ଷତା, ନିଃସ୍ୱାର୍ଥପର ଭାବନା, ସାହିତ୍ୟ ସଂସ୍କୃତି ପ୍ରତି ଅବଦାନ, ୪୨ ମୌଜାର ବହୁ ସଙ୍ଗଠନ ସହ ଜଡ଼ିତ ରହି ବହୁ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଯାହାକି ସମାଜ ପାଇଁ ଆଣି ଦେଇଛି ଗର୍ବ ଆଉ ଗୌରବ ଏବଂ ଜାତି ନିମନ୍ତେ ପ୍ରେରଣାର ଉତ୍ସ । ବିଶିଷ୍ଟ ସାମ୍ବାଦିକ, ସମାଜ ସଂସ୍କାରକ ସନ୍ତୋଷଙ୍କ ଚଲାପଥ କୁସୁମିତ ହେଉ ସ୍ୱପ୍ନ ହେଉ ସଫଳ,ସମାଲବ୍ଧ ଆଉ ଶୁଭଙ୍କର ଏତିକି ପ୍ରାର୍ଥନା ।
ଅନନ୍ୟ ସେବା ଓ ଯୁବ ଚେତନାର ପ୍ରତୀକ : ସନ୍ତୋଷ କୁମାର ପତି !!!

