କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଚାଲିଛି ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ . ସକାଳ ୮ ଘଣ୍ଟାରୁ ସଂଧ୍ୟା ୫ ଘଣ୍ଟା ଯାଏ ଭୋଟ ଗ୍ରହଣ ହେବ । ନିର୍ବାଚନ ପାଇଁ ପୁଲିଙ୍ଗ ପାର୍ଟି ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗତକାଲି ଠାରୁ ବୁଥ ଗୁଡିକରେ ପହଞ୍ଚିଥିଲେ । କନ୍ଧମାଳ ଜିଲାର ଫୁଲବାଣୀ ମୁନିସପାଲଟି ସମେତ ଜିଉଦୟଗିରି ଓ ବାଲିଗୁଡ଼ା ଏନଏସିରେ ଭୋଟ ଗ୍ରହଣ ଚାଲିଛି । ଏ ସବୁ ପୌର ନିର୍ବାଚନ ପାଇଁ ମୋଟ ୫୭ ଟି ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି । ଫୁଲବାଣୀ ମୁନିସପାଲଟି ପାଇଁ ୨୭ ଟି ଭୋଟ ଗ୍ରହଣ କେନ୍ଦ୍ର ହୋଇଥିବା ବେଳେ , ଜି.ଉଦୟଗିରି ଏନଏସି ପାଇଁ ୧୩ଟି ଭୋଟ ଗ୍ରହଣ କେନ୍ଦ୍ର ଓ ବାଲିଗୁଡ଼ା ଏନଏସି ପାଇଁ ୧୭ ଟି ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି । ସେହିପରି ଫୁଲବାଣୀ ରେ ୩ ଟି ପିଙ୍କ ବୁଥ କରାଯାଇଥିବା ବେଳେ ବାଲିଗୁଡ଼ା ଓ ଜି.ଉଦୟଗିରିରେ ଗୋଟିଏ ଲେଖାଁଏ ପିଙ୍କ ବୁଥ କରାଯାଇଛି । ଭୋଟଗ୍ରହଣ ଯେପରି ମୁକ୍ତ ଅବାଧ ଓ ନିରପେକ୍ଷ ହେବ ସେଥିପ୍ରତି ପ୍ରଶାସନ ଦୃଷ୍ଟି ରଖିଛି । ଏଥର ଭୋଟର ଇଭିଏମ ମେସିନରେ ଭୋଟ ଦେଉଛନ୍ତି । ଫୁଲବାଣୀ ମୁନିସିପାଲଟି ନିର୍ବାଚନ ଅଧିକାରୀ ଉପଜିଲ୍ଲାପାଳ ଶେଷଦେବ ମିଶ୍ର ସୁଚାରୁ ରୁପେ ପରିଚାଳନା କରୁଛନ୍ତି । ସେହିପରି ଜି.ଉଦୟଗିରି ଏନଏସି ଦାୟିତ୍ଵରେ ଥିବା ତହସିଲଦାର ଶୁଭ୍ରାଞଳୀ ପ୍ରଧାନ ଓ ବାଲିଗୁଡ଼ାଏନଏସି ଦାୟୀତ୍ଵରେ ଥିବା ତହସିଲଦାର ଶଶାଙ୍କ ଶେଖର ପାତ୍ର ନିର୍ବାଚନ ଅଧିକାରୀ ରହି ଜିଲ୍ଲାର ସମସ୍ତ ବୁଥ ପରିଦର୍ଶନ ଜାରି ରଖିଛନ୍ତି । ଫୁଲବାଣୀ ର ମୋଟ ୨୫ ହଜାର ୫୨୦ ଜଣ ଭୋଟର ୨୭ ଟି ମତଦାନ କେନ୍ଦ୍ରରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଏଥର ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ଭୋଟ ହେଉଥିବାରୁ ଭୋଟର ଦୁଇଟି ଭୋଟ ଦେବେ । ଗୋଟିଏ ଅଧ୍ୟକ୍ଷ ଓ ଗୋଟିଏ କାଉନସିଲର ପାଇଁ ଭୋଟ ଦେବେ । ସେହିପରି ବାଲିଗୁଡା ଏନଏସିରେ ୧୪ ହଜାର ୭୦୪ ଜଣ ଭୋଟର ୧୭ଟି ମତଦାନ କେନ୍ଦ୍ରରେ ମତାଧିକାର ସାବ୍ୟସ୍ତ କରିବେ l ସେହିପରି ଜି. ଭଦୟଗିରି ଏନଏସି ରେ ୧୩ଟି ମତଦାନ କେନ୍ଦ୍ରର ୮ ହଜାର ୧୮୫ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଆସନ୍ତା ୨୬ରେ ଭୋଟ ଗଣତି ହେବ ବୋଲି ଜଣାପଡିଛି ।