ପଞ୍ଚାୟତ ଅଫିସ୍ ରେ ସରକାରୀ ଶିକ୍ଷକ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ପଞ୍ଚାୟତ ନିର୍ବାଚନ ଫଳାଫଳ ଆସିବା ପରେ ସବୁଠି ନୂତନ ସରପଞ୍ଚ ଦାୟିତ୍ଵ ଗ୍ରହଣ କରୁଛନ୍ତି । ତେବେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିବା ସ୍ଥାନରେ ପୂର୍ବରୁ ଅନେକ ସ୍ଥାନରେ ସରପଞ୍ଚ ବଦଳରେ ଅନ୍ୟ କେହି ଦାୟିତ୍ଵ ନିର୍ବାହ କରୁଥିବାର ଅଭିଯୋଗ ମଧ୍ୟ ଆସିଛି । ବର୍ତ୍ତମାନ ସରକାରୀ କର୍ମଚାରୀଙ୍କ ରାଜନୈତିକ ହସ୍ତକ୍ଷେପ ହାଟରେ ପଡି ଦାଣ୍ଡରେ ଗଡୁଛି । କେନ୍ଦ୍ରାପଡ଼ା ର ଜଣେ ସରକାରୀ ଶିକ୍ଷକ ପିଲାଙ୍କ ପାଠପଢା ଛାଡି ମାତିଛନ୍ତି ପଞ୍ଚାୟତ କାମରେ । ପଞ୍ଚାୟତ କାର୍ଯ୍ୟାଳୟରେ ବସି କିପରି ଗୋଟା ଗୋଟା କିରି ଫାଇଲ ଆଡେଇ ଟିକ୍ ନିକ୍ ହିସାବ ନେଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ରେ । ଚଳିତ ନିର୍ବାଚନରେ ମାର୍ଶାଘାଇ ବ୍ଲକ୍ ଅଧୀନରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଙ୍ଗରାଜପୁର ରେ ସରକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ନିମାଇଁ ଚନ୍ଦ୍ର ବେହେରା ନିଜ ପଦ୍ମପୁର ପଞ୍ଚାୟତ ରେ ପତ୍ନୀ ଅନୁସୂୟା ବେହେରା ଙ୍କୁ ସରପଞ୍ଚ ପ୍ରାର୍ଥୀନି ଭାବେ ଛିଡ଼ା କରିଥିଲେ । ସେବେ ଠୁ ବାବୁ ଜଣକ ପଞ୍ଚାୟତ ରାଜନୀତିରେ ବ୍ୟସ୍ତ , କେତେବେଳେ ଖେଳ ପଡିଆ ଟ୍ରଫି ପ୍ରଦାନ ତ କେତେବେଳେ ନିର୍ବାଚନୀ ସଭାରେ ଭାଷଣ, ନା ନିର୍ବାଚନ ଆଚରଣ ବିଧି ମାନୁଛନ୍ତି ନା ପିଲାଙ୍କୁ ପାଠ ପଢାଇବାରେ ସମୟ ଦେଉଛନ୍ତି । ଆଉ ଗତକାଲି ସ୍କୁଲ୍ କର୍ମଚାରୀଙ୍କୁ ଆର୍ ଆଇ ଅଫିସ୍ ରେ କାର୍ଯ୍ୟ ଅଛି କହି ପଞ୍ଚାୟତ ଅଫିସ୍ ରେ ସାର୍ ଆମର ଫାଇଲ୍ ଆଡେଇ ସରପଞ୍ଚ ଦାୟିତ୍ୱ ଗ୍ରହଣ କରୁଛନ୍ତି । ଏଭଳି ରାଜନୀତିୟା ସାର୍ ଙ୍କ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାର ବାକି ରହିଲା ।

Leave a Reply

Your email address will not be published. Required fields are marked *