ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଅଧ୍ୟକ୍ଷା ପୂର୍ଣବାସୀ ନାୟକ ଓ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି ଗୁରୁବାର ଦାୟିତ୍ଵ ଗ୍ରହଣ କରିଛନ୍ତି l ବ୍ଲକ କାର୍ଯ୍ୟାଳୟରେ ମହେନ୍ଦ୍ରତନୟା ଛତୁଆ ପ୍ରସ୍ତୁତି କେନ୍ଦ୍ର , ମିଶନ ଶକ୍ତିର ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା ମାନେ ସ୍ଵାଗତ କରିବା ପରେ ବ୍ଲକ ର ସଦ୍ ଭାବନା ସଭାଗୃହ ଠାରେ ବିଡିଓ ରାଜା ରଞ୍ଜିତ ପ୍ରତାପ ବଳ ଙ୍କ ଅଧ୍ୟକ୍ଷତାରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା l

ଏଥିରେ ନବ ନିର୍ବାଚିତ ଅଧ୍ୟକ୍ଷ ପୂର୍ଣବାସୀ ନାୟକ, ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି, ଜିଲ୍ଲା ପରିଷଦ ସଭ୍ୟ ପିତାମ୍ବର ନାୟକ, ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଏବିଡିଓ ପିତାମ୍ବର ବହେରୋ, ସହକାରୀ ଯନ୍ତ୍ରୀ ଦିଲୀପ ସାହୁ, ପୂର୍ବତନ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ପୂର୍ବତନ ଜିଲ୍ଲା ପରିଷଦ ଉପାଦକ୍ଷ ଆର୍. ବିଜୟ କୁମାର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧନେଶ୍ୱର ଭୂୟାଁ ପ୍ରମୁଖ ଙ୍କୁ ପୁଷ୍ପ ଫୁଲ ସହ ଉପଢୈାକନ ଦେଇ ସ୍ଵାଗତ କରାଯାଇଥିଲା l ଏହା ସହିତ ବ୍ଲକର ସମସ୍ତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ l ଏହା ପରେ ରୀତିନୀତିରେ ପୂଜାର୍ଚ୍ଚନା କରି ଅଧ୍ୟକ୍ଷ ଆସନ ଗ୍ରହଣ କରିଥିଲେ l ତାଙ୍କୁ ସରସ୍ଵତୀ ଶିଶୁ ମନ୍ଦିରରେ ର୍କମଚାରୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱାଗତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ବିପିଏମ ଲତିକା ଦେବୀ ଓ ପିଇଓ ରାସ ବିହାରୀ ପାତ୍ର ପରିଚାଳନା କରିଥିଲେ l ଉଭୟ ଅଧ୍ୟକ୍ଷା ଶ୍ରୀମତୀ ନାୟକ ଓ ଉପାଧ୍ୟକ୍ଷ ଶ୍ରୀ ପାଣି ନିଜ ନିଜ ଦାୟିତ୍ୱ ଗ୍ରହଣ ପରେ ବ୍ଲକର ବିକାଶ ମୂଳକ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ସହ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକୁ ପ୍ରକୃତ ହିତାଧିକାରୀଙ୍କ ଠାରେ ପହଞ୍ଚାଇବା ଉପରେ ପ୍ରାଥମିକତା ରହିବ ବୋଲି କହିଛନ୍ତି l

