ଗୋଶାଣି ବ୍ଳକ ଉପାଧ୍ୟକ୍ଷ ଭାବରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଏସ. ଅନୁସାୟା ଦେବୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ପରିସରରେ ଥିବା କନଫେରେନ୍ସ ହଲଠାରେ ବ୍ଳକ ଉପାଧ୍ୟକ୍ଷ। ସକାଶେ ବିଜେଡି ସମର୍ଥିତ ସମିତି ସଭ୍ୟା ଏସ.ଅନସୂୟା ଦେବୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଉ କୌଣସି ସଭ୍ୟ, ସଭ୍ୟା ଉକ୍ତ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରି ନ ଥିବାରୁ ଶେଷରେ ନିର୍ବାଚନ ଅଧିକାରୀ ଏସ ଅନୁସାୟା ଦେବୀଙ୍କୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ବୋଲି ଘୋଷଣା କରିଥିଲେ । ଏହି ନିର୍ବାଚନ କାର୍ଯ୍ୟରେ ଗ୍ରାମ ପଞ୍ଚାୟତ ଅଫିସର ଦୁର୍ଗା ପ୍ରସାଦ ରାଣା ସହଯୋଗ କରିଥିଲେ । ଉପାଧ୍ୟକ୍ଷ ପଦବୀ ଘୋଷଣା ହେବା ପରେ ବିଜେଡି ର ବରିଷ୍ଠ ନେତା ଡକ୍ଟର ତ୍ରିପତି ପାଣିଗ୍ରାହୀ ବ୍ଳକ ର ସମସ୍ତ ସମିତି ସଭ୍ୟ ଓ ସଭ୍ୟା ଙ୍କୁ ଉପଢୌକନ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ ଓ ସ୍ୱାଗତ ଜଣାଇଥିଲେ । ବିଜୟ ଲାଭ ପରେ ଉପାଧ୍ୟକ୍ଷ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ କଣାଇବା ସହ ସରକାରଙ୍କର ଲୋକାଭିମୁଖୀ ଯୋଜନା ପ୍ରକୃତ ହିତାଧିକାରୀ ପାଖରେ ପହଞ୍ଚି ପାରିବ ଓ ସଫଳ ରୂପାୟନ ହୋଇ ପାରିବ ତଥା ବ୍ଳକର ବିକାଶ ଦିଗରେ କାର୍ଯ୍ୟ ଆଗେଇବ ତା ଉପରେ ମତବ୍ୟକ୍ତ କରିଥିଲେ । ନଵ ନିର୍ବାଚିତ ଉପାଧ୍ୟକ୍ଷ। ଏସ. ଅନସୂୟା ଦେବୀଙ୍କୁ ପୁଷ୍ପଗୁଚ୍ଛ ଓ ପୁଷ୍ପମାଳ ଦେଇ ସ୍ୱାଗତ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *