ଅନୁଗୁଳ ରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ରେ ଏଥରକ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଥିବାରୁ ଫଳାଫଳ ଉପରେ ଥିଲା ସମସ୍ତଙ୍କ ନଜର । ତେବେ ସବୁଥର ଭଳି ଏଥରକ ବି ବିଜେଡି ପୌର ପରିଷଦ ହାତେଇବାରେ ସଫଳ ହୋଇଛି । ନଗରପାଳ ପଦ ପାଇଁ ହେଉଥିବା ଏହି ନିର୍ବାଚନରେ ପ୍ରାରମ୍ଭିକ ଗଣତି ବେଳେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ପ୍ରଧାନ ଆଗୁଆ ରହିଥିବା ବେଳେ ଶେଷ ପର୍ଯ୍ୟାୟରେ କିନ୍ତୁ ବିଜେଡିର ଅକ୍ଷୟ ସାମନ୍ତ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ଅକ୍ଷୟ ମାତ୍ର ୯୭ ଖଣ୍ଡ ଭୋଟ୍‌ରେ ଦିଲ୍ଲୀପ ଙ୍କୁ ପରାସ୍ତ କରିଛନ୍ତି । ଅକ୍ଷୟ ୯୦୬୧ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଦିଲ୍ଲୀପ ୮୯୬୪ ଖଣ୍ଡ ଭୋଟ୍‌ ପାଇଛନ୍ତି । ଅକ୍ଷୟଙ୍କ ବାଜିମାତ୍‌ ପରେ ବିଜେଡି ଶିବିରରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । କର୍ମୀମାନେ ବାଣ ଫୁଟାଇ ମିଠା ବାଣ୍ଟିବା ସହ ନାଚଗୀତର ଆସର ମେଲାଇଛନ୍ତି ।

ଅନ୍ୟ ପଟେ ପୂର୍ବାପେକ୍ଷା ବିଜେପିକୁ ଏଥରକ ବହୁ ମତ ମିଳିଛି । ୨୩ ଟି ୱାର୍ଡରୁ ବିଜେପି ଚମତ୍କାର ପ୍ରଦର୍ଶନ କରି ୧୩ ଟି ଆସନ ଦଖଲ କୁ ନେଇଛି । ୧ ନମ୍ୱର ୱାର୍ଡରୁ ସୁକାନ୍ତୀ ଦାସ, ୨ ରୁ ଉଷାରାଣୀ ସାମଲ, ୩ ରୁ ମଞ୍ଜୁଲତା ଦେହୁରୀ, ୪ ରୁ ଅନୁପମ ସାହୁ, ୫ ରୁ ରଣଜିତ୍ ମାଣ୍ଡେଠିଆ, ୬ ରୁ ସୁଶୀଲ ମୁଖି, ୭ ରୁ ନିରଞ୍ଜନ କର, ୮ ରୁ କୈଳାଶ ପ୍ରଧାନ, ୯ ରୁ ସରିତା ମିଶ୍ର, ୧୦ ରୁ ଟୁନି ପ୍ରଧାନ, ୧୧ ରୁ ମନୋଜ ନାଏକ, ୧୨ ରୁ ସ୍ନେହଲତା ମହାରଣା, ୧୪ ରୁ ସୁଲୋଚନା ଦ୍ୱିବେଦୀ , ୧୫ ରୁ ମିନତୀ ନାଏକ, ୧୬ ରୁ ସଦାନନ୍ଦ ପରିଡ଼ା, ୧୭ ରୁ ସଂଯୁକ୍ତା ନନ୍ଦ, ୧୮ ରୁ ଶଙ୍କର ସେଠୀ, ୧୯ ରୁ ବଳରାମ ଜେନା, ୨୦ ରୁ ରେଣୁକା ଦେଇ, ୨୧ ରୁ ଶକୁନ୍ତଳା ଦାସ, ୨୨ ରୁ ପ୍ରଜ୍ଞା ଦାସ ଓ ୨୩ ରୁ ସୂର୍ଯ୍ୟସ୍ମିତା ସାହୁ କାଉନ୍‌ସିଲର ଭାବେ ବିଜୟୀ ହୋଇଛନ୍ତି । ଦୀର୍ଘଦିନ ପରେ କଂଗ୍ରେସ ଗଡ଼ରେ ବିଜେପିର ଦବ୍‌ଦବା ବଢ଼ିଥିବା ଦେଖାଯାଇଛି । ତେବେ ଶେଷ ମୁହୂର୍ତ୍ତରେ କଂଗ୍ରେସରୁ ଆସି ବିଜେଡି ଟିକେଟ୍‌ରେ ନଗରପାଳ ଭୋଟ୍‌ ଜିତିବା ଅକ୍ଷୟ ସାମନ୍ତଙ୍କ ପାଇଁ ନିହାତି ଭାବେ ଐତିହାସିକ ବିଜୟ ବୋଲି ଚର୍ଚ୍ଚା ହେଉଛି ।

 

Leave a Reply

Your email address will not be published. Required fields are marked *