କନ୍ଦରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମ ସୁରକ୍ଷା ତାଲିମ୍ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଓଡ଼ିଶା ସରକାର ପ୍ରାୟୋଜିତ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର (ଏକାଦଶ ଶ୍ରେଣୀ) ମହାବିଦ୍ୟାଳୟ ଅଧ୍ୟାପକ ସାରଦା ପ୍ରସନ୍ନ ମହାପାତ୍ରଙ୍କ ପୌରିହିତ୍ୟରେ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି । ଉକ୍ତ ସଭାରେ ତାଲିମ ଶିବିର ମୁଖ୍ୟ ସଂଯୋଜକ ବିଷ୍ଣୁପ୍ରିୟା ରାଉତରାୟ ଅନ୍ୟତମ ସଂଯୋଜକ ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ୱାଳ , ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡକ୍ଟର ଅଲେଖ ଚନ୍ଦ୍ର ସାହୁ ଅଧ୍ୟକ୍ଷଙ୍କ ସହ ମଞ୍ଚାସୀନ ଥିଲେ । ଏଥି ସହ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ ବହୁଳ ପରିମାଣରେ ଉପସ୍ଥିତ ଥିଲେ । ସଭାରେ ସମ୍ମାନୀୟ ଅଧ୍ୟାପକ ଶ୍ରୀଯୁକ୍ତ ମହାପାତ୍ର କଲେଜ ତରଫରୁ ପ୍ରିଶିକ୍ଷଣ ନେଉଥିବା ଛାତ୍ରୀ ମାନକୁ ନିର୍ଦ୍ଧିଷ୍ଟ ତାଲିମ ପୋଷାକ ଦେବାପାଇଁ ଆଶ୍ୱାସନା ଦେଇଥିଲେ । ପରେ ଉପସ୍ଥିତ ମାଷ୍ଟର ଟ୍ରେନର ଭଗ୍ୟଲକ୍ଷ୍ମି ପରିଡ଼ା ବାଳିକା ମାନଙ୍କୁ ତାଲିମ କୌଶଳ ଶିଖାଇଥିଲେ । ଏହି ପ୍ରକ୍ରିୟା କ୍ରମାଗତ ଆଠଦିନ ଧରି ଚାଲି ଅପ୍ରିଲ ୫ ତାରିଖରେ ସମାପ୍ତ ହେବ ବୋଲି ମୁଖ୍ୟ ସଂଯାଜିକା ଶ୍ରୀମତୀ ରାଉତରାୟ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ବୈଦନାଥ ପଣ୍ଡା, ବିଜୟ ସାହୁ, ହରି ଗୋଛାୟତ, ସଂଗ୍ରାମ ବେହେରା ଓ ଅଧ୍ୟାପକ ଏସ. ଚକ୍ରବର୍ତ୍ତୀ ପ୍ରମୁଖ ବିଶେଷ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *