ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଫିଚର କାଲାମସ ବୁକ୍ ଅଫ୍ ରେକର୍ଡସ ଓ ଦ ୟୁନିଭରସେଲ ତାମିଲ ୟୁନିଭରସିଟି ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ . ଦ ୟୁନିଭରସେଲ ତାମିଲ ୟୁନିଭରସିଟି ତାମିଲନାଡୁ ଆନୁକୁଲ୍ୟରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ତାମିଲନାଡୁର ଚେନ୍ନାଇ ସହର ର ଚେନ୍ନାଇ ଗେଟ୍ ୱଏ ହୋଟେଲ ରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମାରହରେ ଅନେକ ରାଜ୍ୟ ରୁ ଆସିଥିବା ଉକ୍ତ ସମ୍ମାନିତ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ଓଡ଼ିଶାର ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରର ଡଃ ଆଲୋକ କୁମାର ବୋଷ , ରାଜ୍ୟ ସଭାପତି , ଆନ୍ତର୍ଜାତିୟ ମାନବାଧିକାର କାଉନସିଲ , ଓଡ଼ିଶା ଙ୍କୁ ଦ ୟୁନିଭରସେଲ ତାମିଲ ୟୁନିଭରସିଟି , ତାମିଲନାଡୁ ର ଚାନ୍ସେଲର ଡଃ ଏମ ପାଣ୍ଡିଆ ରାଜନ, କାମରାଜୁ ୟୁନଭରସିଟି, ମଦୁରାଇ ର ଅଧ୍ୟକ୍ଷ ଡ଼ଃ ଆର ସୋଲାଇମଲାଇ ଏବଂ ମୁଖ୍ୟ ଅତିଥି ଡଃ ଏକେଏନ୍ ଭାଇଥାଇୟାନାଥମ୍ ଜିଲ୍ଲା ଜର୍ଜ, ଚେନ୍ନାଇ ଓ ଡଃ ବାବୁ ବାଲକୃଷ୍ଣା, ଅଧ୍ୟକ୍ଷ ୟୁନଭେରସଲ ଏଚିଭେରସ ବୁକ୍ ଅଫ୍ ରେକର୍ଡସ୍ ଙ୍କ ଦ୍ଵାରା ଗଜପତି ଜିଲ୍ଲାର ଡଃ ଆଲୋକ କୁମାର ବୋଷ ଙ୍କୁ ମେଡାଲ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।

କାର୍ଯ୍ୟକ୍ରମ ଅବସରରେ ଫିଉଚର କାଲାମସ୍ ଅଫ୍ ଇଣ୍ଡିଆ ୨୦୨୨ ପୁରସ୍କାର ମଧ୍ୟ ପ୍ରଦାନ କରି ସମ୍ମାନୀତ କରିଥିଲେ । ଏହି ଫିଚର କାଲାମ୍ସ ବୁକ୍ ଅଫ୍ ରେକର୍ଡସ୍ ତରଫରୁ ପୁରସ୍କାର ଟି ସାମାଜିକ ସେବା ପାଇଁ ପ୍ରଦାନ କରା ଯାଇଥିଲା । ଏହି ବିରଳ ପୁରସ୍କାର ପାଇଁ ଓଡ଼ିଶା ବାହାରରୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଗଜପତି ର ଅନେକ ବ୍ୟକ୍ତିବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

