କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ର ଅଗ୍ରଣୀ ସାମାଜିକ ସଂଗଠନ ” ମାଇଁ ଲାଇଫ ଲାଇନ ଫାଉଣ୍ଡେସନ ” ପକ୍ଷରୁ ଗରାପୁର ସୋଭାଗ୍ୟ ମଣ୍ଡପ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଫାଉଣ୍ଡେସନ ଜିଲ୍ଲା ଓ ରାଜ୍ୟର କୋଣ ଅନୁକୋଣରେ ଥିବା ଗରିବ ଅସହାୟ ଭିତରେ ଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦିଗରେ ସହଯୋଗର ହାତ ବଢାଇଥାଏ । ଅନୁଷ୍ଠାନର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଫାଉଣ୍ଡେସନ ର ଚେୟାରମ୍ୟାନ ରୋହିତ ମାଝୀ , ଫାଉଣ୍ଡର ଦେବେନ୍ଦ୍ର ପରିଡା, ଚିଫ କୋର୍ଡିନେଟର ରଞ୍ଜନ ମଲ୍ଲିକ, ଅର୍ଗାନାଇଜର ବିଚିତ୍ର ବେହେରା, ଇଂନଚାର୍ଜ ନିବେଦିତା ରଣା, ଟିମ କୋର୍ଡିନେଟର ସୁପ୍ରଭା ସେଠି ଓ ମାଧୁରୀ ଦାସ ଅତିଥି ଭାବେ ଉପସ୍ଥିତ ରହିଥିବା ସମୟରେ ସୁନାମ୍ୟ ଧନ୍ୟ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ, ମିସ ଇଣ୍ଡିଆ ଚାରମିଙ୍ଗ ଫେସ ଓଡିଶା ଟୁରିଜିମ ଆମ୍ବାସଡର ଲିପ୍ସା ମହାପାତ୍ର ଯୋଗ ଦେଇଥିଲେ ।
ମାଇଁ ଲାଇଫ ଲାଇନ ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ଅନୁଷ୍ଠିତ !!!

