କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ବିଗତ କିଛି ବର୍ଷ ତଳେ “ଅମୃତଧାରା “ଯୋଜନା ଅନୁସାରେ କଟକ ମହାନଗର ନିଗମ ଓ ବେସରକାରୀ ସଂସ୍ଥା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କ ପାଇଁ ଥଣ୍ଡା ପାନୀୟ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଏହାର ସଠିକ ରକ୍ଷଣାବେକ୍ଷଣ ଅଭାବ ରୁ ପ୍ରାୟ ସମସ୍ତ ମେସିନ ଅକାମୀ ହୋଇ ଯାଇଛି | ବିଭିନ୍ନ ସମୟରେ ଏହାର ରକ୍ଷଣା ବେକ୍ଷଣ ପାଇଁ ବିଭିନ୍ନ ସଂସ୍ଥା କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଉଛି କିନ୍ତୁ ତାହା ଫଳପ୍ରଦ ହେଉନାହିଁ ଏବଂ ସ୍ଥିତି ” ଯଥା ପୂର୍ଵମ ତଥା ପରଂ ” ରହୁଅଛି | ଏ ମଧ୍ୟରେ କଟକ ମହାନଗର ନିଗମକୁ ଉନ୍ନୀତ ହୋଇ ସାରିଥିବା ସତ୍ତ୍ୱେ ମଧ୍ୟ୍ୟ ଏପରି ଗୁରୁତ୍ୱପୂର୍ଣ ବିଷୟରେ ମହାନଗର କର୍ତ୍ତୃପକ୍ଷଙ୍କ ଖାମଖିଆଲି ଆଚରଣ ସାଧାରଣ ରେ ତାଙ୍କର ପରିବାପାଣିଆ ନେଇ ପ୍ରଶ୍ନ ସୃଷ୍ଟି କରିଛି | ଏହି ସମସ୍ତ ଅଚଳ ମେସିନ ଗୁଡିକୁ ଯଥାଶୀଘ୍ର ମହାନଗର ନିଗମ କର୍ତ୍ତୃପକ୍ଷ ଉପଯୁକ୍ତ ମରାମତି କରି କାର୍ଯ୍ୟକ୍ଷମ କରିବାକୁ ସାଧାରଣ ରେ ଦାବି ହେଉଛି | ସରକାର ଗୋଟିକ ପରେ ଗୋଟିଏ ପ୍ରକଳ୍ପ ଓ ଯୋଜନା ବନାଇ ଚାଲିଛନ୍ତି । ମାତ୍ର ଉଚିତ ତଦାରଖ ଓ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଆଜି ପ୍ରକୃତ ହିତାଧିକାରୀ ମାନେ ଉପକୃତ ହୋଇ ପାରୁ ନାହାଁନ୍ତି । କଟକ ମହାନଗର ନିଗମର ଗେଟ ସମ୍ମୁଖରେ ଥିବା ଥଣ୍ଡା ପାନୀୟ ଜଳ କେନ୍ଦ୍ର ଅକର୍ମଣ୍ୟ ହୋଇ ପଡି ରହିଥିବା ବେଳେ , ତାହା ଏବେ ପାଲଟିଛି କେବଳ ଡିସପ୍ଲେ ବୋର୍ଡ । ଏହିଭଳି ବହୁ ଦୃଶ୍ୟ ଆପଣ ମାନେ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ପାଇବେ । ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ସରକାରଙ୍କୁ ବିନୀତ ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏବେ ନିର୍ବାଚନ ସରି ଯାଇଛି ଓ ନୂତନ କର୍ପୋରେଟର ଓ ମେୟର ନିର୍ବାଚିତ ହୋଇଛନ୍ତି । ଆଗାମୀ ଦିନରେ ଗ୍ରୀଷ୍ମ ତାପକୁ ଆଖିରେ ରଖି କେବେ ଏହି ସବୁ ଅବ୍ୟବସ୍ଥାର ସମାଧାନ ହେବ ତାହା ଏବେ ଦେଖିବାକୁ ବାକି ରହିଲା ।
ଥଣ୍ଡା ପାନୀୟ ଜଳ ମେସିନ ଅଚଳ : ମହାନଗର ନିଗମ କର୍ତ୍ତୃପକ୍ଷ ନିଦାବିଷ୍ଣୁ !!!

