ବନବାସୀ ସେବା ସମିତି ପରିସରରେ ବିଶ୍ଵନାଥ ପଟ୍ଟନାୟକ ଙ୍କ ଦ୍ଵାଦଶ ଶ୍ରାଦ୍ଧ ବାର୍ଷିକୀ ପାଳିତ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ନେତା ତଥା ବନବାସୀ ସେବା ସମିତି ର ପ୍ରାଣ ପ୍ରତିଷ୍ଠାତା ବିଶ୍ଵନାଥ ପଟ୍ଟନାୟକଙ୍କ ଦ୍ଵାଦଶ ଶ୍ରାଦ୍ଧ ବାର୍ଷିକୀ ସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ସ୍ଵାଗତ ସମ୍ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନାଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ଼.ମଧୁସୂଦନ ମହାପାତ୍ର ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ, ସମ୍ମାନନୀୟ ଅତିଥି ଭାବେ ସସ୍ମିତା ପଣ୍ଡା, ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଶିକ୍ଷକ ଅଲେଖ ରଣା, ସୁପ୍ରିୟା ପରବିନ୍ ଛାତ୍ର ଛାତ୍ରୀ ଅନ୍ତେବାସୀ ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭିକ ଓ ଉଦଯାପନୀ ସଙ୍ଗୀତ ବନବାସୀ ସେବା ସମିତିର ଅନ୍ତେବାସୀ ଶିକ୍ଷକ ଶଙ୍କର ବେହେରା ପରିବେଷଣ କରିଥିଲେ । ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜନ କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ବିଶ୍ଵଜିତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *