ପବିତ୍ର ଓଡିଶା ଦିବସ ଅବସରରେ ଓଡ଼ିଶାର ବରପୁତ୍ର ମାନଙ୍କୁ ମନେ ପକାଇଲେ କଟକ ବାସୀ !!!

0
199

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଓଡିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟ ଓ ଓଡ଼ିଆ ଭାଷାକୁ ମାନ୍ୟତା ଦେବା ପାଇଁ ଓଡ଼ିଶାର ବହୁ ବରପୁତ୍ର ମାନେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଥିଲା । ୧୯୯୨ ମସିହାରେ ଓଡ଼ିଶାର ୧୩ ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରିଥିଲେ । ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ରୂପେ ପାଳନ କରାଯାଏ । ଓଡିଶା ଦିବସ ପାଳନ ଅବସରରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାର ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସେମାନଙ୍କ ଅବଦାନକୁ ମନେ ପକାଇଛନ୍ତି କଟକ ସହରବାସୀ ।

ଆଜି ଓଡିଶା ଦିବସ ଅବସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମାଧି ପୀଠରେ ବେଶ ଭିଡ଼ ଦେଖିବାକୁ ମିଳିଥିଲା । ବହୁ ସରକାରୀ କର୍ମଚାରୀ, ନେତା, ମନ୍ତ୍ରୀ, ସାମାଜିକ ସଂଗଠନ ଓ ସମାଜସେବୀ ମାନେ ଓଡିଶା ଦିବସ ପାଳନ କରିବାକୁ ଯାଇ, ମଧୁବାବୁ, ଗୋପବନ୍ଧୁ ଦାସ ଓ ଅନ୍ୟ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ମହାପୁରୁଷ ମାନଙ୍କ ଅବଦାନକୁ ମନେ ପକାଇଛନ୍ତି । କଟକ ମହାନଗର ନିଗମର ନବ ନିର୍ବାଚିତ ମେୟର ସୁବାସ ସିଂ ମଧୁସୂଦନ ଦାସଙ୍କ ସମାଧି ସ୍ଥଳକୁ ଯାଇ ପୁଷ୍ପମାଲ୍ୟ ଅର୍ପଣ କରି ନୀରବ ପ୍ରାର୍ଥନା କରିଥିଲେ । ଏହା ପରେ ଶ୍ରୀଯୁକ୍ତ ସିଂ ବିଜୁ ବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନରେ ପହଞ୍ଚି ବିଜୁ ବାବୁଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ଏହା ସହିତ ଆଗାମୀ ଦିନରେ ମଧୁସୂଦନଙ୍କ ନାମରେ ନିର୍ମିତ ସେତୁର ଆଲୋକୀକରଣ କରିବା କଟକ ସହରର ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here