ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ସମିଲ ସାହି ଦାଣ୍ଡରେ ଥିବା କୁଅ ମଧ୍ୟରେ ବାଇକ ସହ ବାମ୍ବିଲୋ ଗ୍ରାମର ରମେଶ ସେଠୀଙ୍କ ମୃତଦେହ ପଡ଼ିଥିବା ଶୁକ୍ରବାର ସକାଳୁ ଗ୍ରାମବାସୀ ଦେଖିଥିଲେ . ତୁରନ୍ତ ସୁକିନ୍ଦା ଦମକଳ ବାହୀନି ର କର୍ମଚାରୀ ମାନଙ୍କ ସହ ଯୋଗଯୋଗ କରିବାରୁ ସୁକିନ୍ଦା ଦମକଳ ବାହୀନିର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି କୁଅ ମଧ୍ୟରୁ ବାଇକ ସହ ରମେଶ ସେଠୀଙ୍କ ମୃତଦେହ ଉଦ୍ଧାର କରିଥିଲେ . ତେବେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ସୁକିନ୍ଦା ଡ୍ରାଇଭର ସଂଘ ପକ୍ଷରୁ ମଙ୍ଗଳପୁର ରାଜପଥ ରୋକ କର ଯାଇଥିଲା .

ରମେଶ ସେଠୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବାରୁ ସୁକିନ୍ଦା ଡ୍ରାଇଭର ସଂଘ ର ରମେଶ ସେଠୀ ଜଣେ ଦୃଢ଼ ସଦସ୍ୟ ହୋଇଥିବାରୁ ତାଙ୍କ ପରିବାରକୁ ନ୍ୟାୟ ଦାବିରେ ସୁକିନ୍ଦା ଡ୍ରାଇଭର ସଂଘର ପକ୍ଷରୁ ଶବ କୁ ଅଟକ ରଖି ମଙ୍ଗଳପୁର ଛକ ପାଖ ମୁଖ୍ୟ ରାଜପଥକୁ ଅବରୋଧ କରାଯାଇଥିଲା . ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହେବାରୁ ସ୍ଥାନୀୟ ଲୋକ ମାନଙ୍କ ସହିତ ସୁକିନ୍ଦା ଡ୍ରାଇଭର ମହା ସଙ୍ଘ ପକ୍ଷରୁ ମଙ୍ଗଳପୁର ଜାତୀୟ ରାଜପଥ ପଥକୁ ଅବରୋଧ କରାଯିବା ପରେ ଘଟଣାସ୍ଥଳରେ ଉତ୍ତେଜନା ବଢିବାରୁ ସ୍ଥାନୀୟ ପୋଲିସ ଉପସ୍ଥିିତରେ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ସୁକିନ୍ଦା ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି ।

