ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆ ରଥ ସାହିରେ କୂଅରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଜ୍ଞାନରଞ୍ଜନ ପ୍ରଧାନ (୩୦) । ସୂଚନା ଯେ, ଗୁରୁବାର ଜ୍ଞାନ ରାତିରେ ଖାଇପିଇ ବାଗଡିଆ ଛକକୁ ଯାଉଛି କହି ଘରୁ ଆସିଥିଲେ । ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇ ନଥିଲେ । ଜ୍ଞାନରଞ୍ଜନଙ୍କ ବାତ ରୋଗ ଥିବାରୁ ଘର ବାଡ଼ିରେ ଥିବା କୂଅରେ ପଡ଼ି ଯାଇଥିବା ଭାବି ଶୁକ୍ରବାର ସକାଳୁ ଖୋଜିବାରୁ ମୃତଦେହ ମିଳିଥିଲା । ଖବର ପାଇ ଛେଣ୍ଡିପଦା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଜ୍ଞାନଙ୍କ ମୃତଦେହ କୂଅରୁ ଉଦ୍ଧାର କରିଥିଲା । ବାଗଡିଆ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜ୍ଞାନଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
ବାଗଡିଆ ରଥ ସାହିରେ କୂଅରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ !!!

