ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ଅଗ୍ରଣୀ ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ଉତ୍କଳ ଦିବସ ପାଳନ କରାଯାଇଛି । ପ୍ରଥମେ ଆକାଂକ୍ଷା ମହିଳା ସଂଗଠନର କର୍ମକର୍ତ୍ତା ମାନେ ଗାନ୍ଧୀ ଛକ ଠାରେ ଥିବା ଗଜପତି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଳା ପ୍ରଦାନ କରିଥିଲେ । ପରେ ପାରଳାଖମୁଣ୍ଡି ସ୍ଥିତ ୟୁଟେକ୍ କମ୍ପ୍ୟୁଟର କେନ୍ଦ୍ର ରେ ସଭାର ଆୟଜନ କରାଯାଇଥିଲା । ଏହି ସଭା ରେ ଆକାଂକ୍ଷା ମହିଳା ସଂଗଠନ ର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣଗ୍ରାହୀ ସଭାପତି ଆସନ ଅଳଙ୍କୃତ କରି ସଭା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ପରେ ଆକାଂକ୍ଷା ମହିଳା ସଂଗଠନର ଉପଦେଷ୍ଟା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ ଅତିଥି ମାନଙ୍କୁ ମଞ୍ଚାସିନ ହେବା ପାଇଁ ସ୍ବାଗତ ଜଣାଇବା ସହ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ମହିଳା ବିଦ୍ୟାଳୟ ର ଅଧ୍ୟାପିକା ଡଃ.କଲ୍ୟାଣୀ ମିଶ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ।

ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସେବା ନିବୃତ ବ୍ୟାଙ୍କ୍ ଅଧିକାରୀ ହରିମୋହନ ପଟ୍ଟନାୟକ ପାରଳାଖମୁଣ୍ଡିର ପୂର୍ବ ପୁରୁଷ ମାନଙ୍କର ଗୌରବ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥି ସହିତ ଅନ୍ୟତମ ଅତିଥି ସିଦ୍ଧାନ୍ତ ସାହିତ୍ୟ ପତ୍ରିକା ର ସମ୍ପାଦିକା ଶ୍ରୀମତୀ ରୀତା ଚୌଧୁରୀ, ୟୁଟେକ କମ୍ପ୍ୟୁଟର ସେଣ୍ଟର୍ ର ନିର୍ଦ୍ଦେଶକ ଲୋକନାଥ ମିଶ୍ର ଯୋଗଦେଇ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ଵତନ୍ତ୍ର ଉତ୍କଳ ଗଠନ ସଂପର୍କରେ ବୁଝାଇଥିଲେ । ଆକାଂକ୍ଷା ମହିଳା ସଂଗଠନର ସମ୍ପାଦିକା ଶ୍ରୀମତୀ ମିନା କୁମାରୀ ଟହଲ ଉତ୍କଳ ସମ୍ମଳନୀର ତାତ୍ପର୍ଯ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ । ଶିକ୍ଷକ ଶ୍ରୀ ତ୍ରିପତି ପଣ୍ଡା ଛାତ୍ର ଛାତ୍ରୀ ଙ୍କ ବହୁମୁଖୀ ଶିକ୍ଷା ଉପରେ ବୁଝାଇଥିଲେ । ଅବସର ପ୍ରାପ୍ତ ଶିକ୍ଷକ ନରସିଂହ ଗୌଡ଼ ଗଜପତି ମହାରାଜାଙ୍କ ତ୍ୟାଗ ସମ୍ପର୍କରେ ବୁଝାଇଥିଲେ । ପରେ ଛାତ୍ର ଛାତ୍ରୀ ଙ୍କ ଭିତରେ ଦେଶାତ୍ମବୋଧକତା ବଢ଼ାଇବା ସକାଶେ ଦେଶାତ୍ମବୋଧକ ସଙ୍ଗୀତ ଗାନ ର ପ୍ରତିଯୋଗିତା କରାଯାଇଥିଲା । ସେଥି ମଧ୍ୟରୁ ପାଞ୍ଚ ଜଣ ଛାତ୍ର ଛାତ୍ରୀ ଯଥା ସୁଧାମଣି ଲିମା, ସୀତା ଭୂୟାଁ, କଳ୍ପନା ନାଗବଂଶ ଓ ସୁଧିନ ମଣ୍ଡଳ ଙ୍କୁ ପ୍ରୋତ୍ସାହନ ରାଶି ସହିତ ପୁଷ୍ପଗୁଚ୍ଛ ଦେଇ ଉତ୍ସାହିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷା ଶ୍ରମତୀ ଅଳକା ସାହୁ, ସଖୀ ଓନ୍ ଷ୍ଟପ ସେଣ୍ଟର୍ ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ଭଗ୍ୟଲକ୍ଷ୍ମି ନାୟକ, ପ୍ରଣତି ଦାସ, ମଞ୍ଜୁଳା ଚୌଧୁରୀ, ମୋହିନୀ ପ୍ରଧାନ, ଅନିତା ମିଶ୍ର, ଚାଇଲଡଲାଇନ ର ଜିଲ୍ଲା ସଂଯୋଜିକ ନାଗେଶ୍ଵର ଚୌଧୁରୀ, ବୋମଲି ସୌଜନ୍ୟା, ଗଙ୍ଗା ଶବର ଉପସ୍ଥିତ ରହି ସଭା କୁ ସଫଳ କରିଥିଲେ । ସର୍ବଶେଷରେ ଶ୍ରୀମତୀ ସୁପ୍ରଭା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

