ସାଇ ଟ୍ରଷ୍ଟ ଓଡ଼ିଶା ପକ୍ଷରୁ ନଗଡ଼ାରେ ଅପପୁଷ୍ଟି ଦୂରୀକରଣ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଅପପୁଷ୍ଟି ଦୂରୀକରଣ ନିମନ୍ତେ ସାଇ ଟ୍ରଷ୍ଟ ଓଡ଼ିଶା ପକ୍ଷରୁ ନଗଡ଼ାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ . ସୁକିନ୍ଦା ବ୍ଲକ ଅନ୍ତର୍ଗତ ଅପହଞ୍ଚ ଇଲାକା ନଗଡା ରେ ଆଜି ପବିତ୍ର ଓଡିଶା ଦିବସ ଅବସରରେ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ସାଇ ଟ୍ରଷ୍ଟ ପକ୍ଷରୁ ଅପପୃଷ୍ଟି ଦୂରୀକରଣ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାଇ ଟ୍ରଷ୍ଟ ଓଡିଶାର ମୁଖ୍ୟ ଦୀପକ କୁମାରଙ୍କ ଉପସ୍ଥିତ ରହିଥିବା ସମୟରେ ସାଇ ଟ୍ରଷ୍ଟ ର ବହୁ ସଦସ୍ୟ ମାନଙ୍କ ସହଯୋଗରେ ସମସ୍ତ ଅସହାୟ ଶିଶୁ ମାନଙ୍କୁ ପୃଷ୍ଟିକର ଖାଦ୍ୟ ବଣ୍ଟନ କରାଯିବା ସହିତ ଆଗମୀ ଦିନରେ ନଗଡା ର ସମସ୍ତ ପରିବାରକୁ ମାସକୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ନିମନ୍ତେ ସୂଚନା ପ୍ରଦାନ କରାଯାଇଛି . ସାଇ ଟ୍ରଷ୍ଟ ଓଡିଶା ର ମୁଖ୍ୟ ଦୀପକ କୁମାରଙ୍କ ପକ୍ଷରୁ ଏ ସମ୍ପର୍କରେ ସ୍ପଷ୍ଟୀକରଣ କରାଯାଇଛି . ନଗଡ଼ା ପରି ଅଞ୍ଚଳରେ ଅପପୁଷ୍ଟି ଦୂରୀକରଣ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

 

Leave a Reply

Your email address will not be published. Required fields are marked *