ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗ୍ରୀଷ୍ମ ପ୍ରଭାବ ଆରମ୍ଭ ହୋଇଥିବା ସମୟରେ ନୂଆଗାଁ ବ୍ଲକ ବାହାଡାଝୋଲା ଗ୍ରାମପଞ୍ଚାୟତ ରେ ଦେଖା ଦେଇଛି ପାନୀୟ ଜଳ ସଙ୍କଟ . ପଞ୍ଚାୟତର କେତେକ ନିର୍ଦ୍ଦିଷ୍ଟ ସାହିରେ ପାନୀୟ ଜଳ ଯୋଗାଣ ନେଇ ଅସୁବିଧା ଥିବା କଥା ସାମନାକୁ ଆସିବା ପରେ ବାହାଡାଝୋଲା ଗ୍ରାମପଞ୍ଚାୟତ ର ସରପଞ୍ଚ ଓ ସମିତିସଭ୍ୟ ଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ ମଧ୍ୟ୍ୟ ସମସ୍ୟା ର ସମାଧାନ ତ ଦୂରର କଥା ବରଂ ସମିତି ସଭ୍ୟା ଙ୍କ ବୟାନ ଥିଲା ଭିନ୍ନ ପ୍ରକାରର . ସେ ଲାଇନ ର ଲୋକମାନେ ଆମକୁ ଭୋଟ ଦେଇ ନାହାନ୍ତି , ତାଛଡା ସବୁଠାରୁ ବଡ଼ କଥା ହେଉଛି ସବୁ କାମ କଣ ସରପଞ୍ଚ ଓ ସମିତି ସଭ୍ୟା କରିବେ କି ? ଏହା କହି ଚାଲି ଯାଇଥିଲେ ନବ ନିର୍ବାଚିତ ସମିତିସଭ୍ୟା ମିତା ଅଧିକାରୀ | ଏ ଘଟଣା କୁ ନେଇ ଏବେ ସାଧାରଣ ରେ ଉଠିଛି ପ୍ରଶ୍ନ | ସଂପୂର୍ଣ୍ଣ ଘଟଣା ପରେ ଏବେ ଆକ୍ସନ ମୁଡ ରେ ନବ ନିର୍ବାଚିତ ବାହାଡାଝୋଲା ପଞ୍ଚାୟତ ର ୧୮ ନମ୍ବର ୱାର୍ଡ଼ ର ୱାର୍ଡ଼ ମେମ୍ବର ସ୍ୱପ୍ନା ନାୟକ | ଗ୍ରାମପଞ୍ଚାୟତ ର ସାଧାରଣ ବୈଠକ ରେ ଏସବୁ କୁ ନେଇ ଦାବି କରିବା ସହ ଲିଖିତ ଅଭିଯୋଗ କରିଥିବାର ସୂଚନା ମିଳିଛି | କେବଳ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ନୁହେଁ ବରଂ ସ୍ୱଚ୍ଛ ଭାରତ ଯୋଜନା ଠାରୁ ଆରମ୍ଭ ସାମାଜିକ କଲ୍ୟାଣ ଯୋଜନା ର ଗରିବ ଲୋକଙ୍କ ଅର୍ଥ କୁ ବାଟବଣା କରାଯାଉଥିବା ଦର୍ଶାଇ ଲିଖିତ ଅଭିଯୋଗ କରିଥିଲେ | ଲିଖିତ ଦାବି ର କପି କୁ ଫାଇଭ ଟି ସଚିବ ଏବଂ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପଠାଇଥିବା ବାହାଡାଝୋଲା ଗ୍ରାମପଞ୍ଚାୟତ ର ୱାର୍ଡ ମେମ୍ବର ସ୍ୱପ୍ନା ନାୟକ ସୂଚନା ଦେଇଛନ୍ତି | ୧୮ ନମ୍ବର ୱାର୍ଡ଼ ମେମ୍ବର ଙ୍କ ପଦକ୍ଷପ ଦେଖିକରି ଛାନିଆ ହେବାକୁ ବସିଲାଣି ସ୍ଥାନୀୟ ପ୍ରଶାସନ | ସେପଟେ ପାନୀୟ ଜଳ ବିଭାଗ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ | ତେବେ ଦେଖିବାକୁ କୁ ଅପେକ୍ଷା ବାହାଡାଝୋଲା ଗ୍ରାମପଞ୍ଚାୟତ ରେ କେବେ ହେଉଛି ପିଇବା ପାଣି ସମସ୍ୟାର ସମାଧାନ |