ଡେରାବିଶ ବ୍ଲକ ପୂର୍ବତନ ଅଧକ୍ଷ ସରୋଜ ସାହୁ ଙ୍କ ନାମରେ ଆସିଲା ସଙ୍ଗୀନ ଅଭିଯୋଗ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ମୋ ସ୍ୱାମୀ ଙ୍କୁ ହତ୍ୟା କରାଯାଇଛି l ଏଭଳି ଅଭିଯୋଗ ପଛରେ ରହିଛି ଡେରାବିଶ ବ୍ଲକ ର ପୂର୍ବତନ ଅଧକ୍ଷ ଓ ତାଙ୍କ ସହଯୋଗୀଙ୍କ ହାତ ।ଏକଥା ଆମେ ନୁହେଁ କହୁଛନ୍ତି ମଙ୍ଗଳପୁର ଗ୍ରାମର ବିଦ୍ୟୁତ ବିଭାଗ ରୁ ଅବସରପ୍ରାପ୍ତ ମୃତ ପବିତ୍ର ପ୍ରଧାନ ଙ୍କ ପତ୍ନୀ l କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ ବ୍ଲକ ଅଧକ୍ଷ ସରୋଜ ସାହୁଙ୍କ ନାଁ ରେ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ l ସରୋଜ ସାହୁ ଓ ତାଙ୍କ ପତ୍ନୀ କଳ୍ପନା ସାହୁ ଦୀର୍ଘ 15 ବର୍ଷ ଧରି ଲଗାତର ଭାବେ ଡେରାବିଶ ବ୍ଲକ ଅଧକ୍ଷ ଭାବେ ନିର୍ବାଚିତ ହୋଇ ଦାୟିତ୍ୱ ତୁଲାଇ ଆସୁଥିଲେ l ସରୋଜ ପାଖା ପାଖି 16 ବର୍ଷ ହେବ କେନ୍ଦ୍ରାପଡ଼ା ଗୁଲନଗର ଦଣ୍ଡାମୁଣ୍ଡ ଛକ ନିକଟ ରେ ଥିବା ପବିତ୍ର ପ୍ରଧାନ ଙ୍କ ଘରେ ଭଡାରେ ରହି ଆସୁଥିଲେ l ଥାନାରେ ଦିଆ ଯାଇଥିବା ଏତଲା ରେ ସରୋଜ ଙ୍କ ନାମ ନ ଥିବା ବେଳେ ସରୋଜ ଓ ତାଙ୍କ ସହଯୋଗୀ ମାନେ ପଵିତ୍ରଙ୍କୁ ହତ୍ୟା କରିଥିବା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ମୃତ ପବିତ୍ର ପ୍ରଧାନ ଙ୍କ ପତ୍ନୀ ରଞ୍ଜନା ପ୍ରଧାନ । ଅନ୍ୟ ପକ୍ଷରେ ଉକ୍ତ ଘଟଣାର ସଠିକ ତଦନ୍ତ କରି ପୋଲିସ ହତ୍ୟାକାରୀ ମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ପରିବାର ଲୋକେ ।

Leave a Reply

Your email address will not be published. Required fields are marked *