ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଙ୍କ ସୂଚନା ଅନୁସାରେ ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ର ପୁନଃନିର୍ମାଣ ନିମନ୍ତେ ମାର୍ଚ୍ଚ ୭ ତାରିଖରେ ଟେଣ୍ଡର କାମ ସମ୍ପୂର୍ଣ ହୋଇ ସାରିଛି l ଆଗାମୀ ଜୁନ ୧୫ ତାରିଖରୁ କାମ ଆରମ୍ଭ ହେବ l ଏହା ସହିତ ଏସପି ଙ୍କ ଅଧ୍ୟକ୍ଷତାରେ ଅନୁଗୋଳ ପଞ୍ଚମହଲା ଠାରୁ ବଅଁରପାଳ ପର୍ଯ୍ୟନ୍ତ ଅତି ଦୁର୍ଘଟଣା ପ୍ରବଣ ସ୍ଥାନ ମଧ୍ୟରୁ ୬ ଟି ସ୍ଥାନ ପ୍ରାୟ ୫.୩ କିଲୋମିଟରର କୁ ବଛାଯାଇଛି l ପ୍ରଥମେ ପ୍ୟାଚ ପ୍ୟାଚ କରି ସେହି ସ୍ଥାନ ଗୁଡିକୁ ମରାମତି କରାଯିବ l ଏହି ରାସ୍ତା କାର୍ଯ୍ୟ ରେ ପ୍ରାୟ 7 କୋଟିରୁ ଉର୍ଦ୍ଧ ଖର୍ଚ୍ଚ କରାଯିବାକୁ ନିଷ୍ପତି ନିଆଯାଇଛି l ବାଇପାସ ରୋଡ଼ ସମ୍ବଦ୍ଧରେ ପଚାରିବାରୁ କହିଲେକି ଜମି ଅଧିଗ୍ରହଣ ସରିଯାଇଛି l ଏଥିପାଇଁ କୋଣସି ଅସୁବିଧା ନାହିଁ l ଏହାକୁ ମଧ୍ୟ୍ୟ ଖୁବ ଶୀଘ୍ର ସମ୍ପୂର୍ଣ କରାଯିବ l ଏହି ରାସ୍ତା ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ କରିବା ପାଇଁ ଡ଼ିଏମଏଫ ଫଣ୍ଡ, ଏନଏଚଏଆଇ ଅର୍ଥ ପ୍ରଦାନ କରିବେ l ଶେଷରେ ଜିଲ୍ଲାପାଳ ମହୋଦୟ ଜନ ସାଧାରଣ ଙ୍କୁ ମିଡ଼ିଆ ମାଧ୍ୟମରେ ରାସ୍ତା ନିର୍ମାଣ କାର୍ଯ୍ୟରେ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି l ଏହି ବୈଠକରେ ଢେଙ୍କାନାଳ ପିଡି, ଅନୁଗୋଳ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଏଡିଏମ ଏବଂ ସମସ୍ତ ସାମ୍ବାଦିକ ଉପସ୍ଥିତ ରହିଥିଲେ ।
ଅନୁଗୋଳ ଜାତୀୟ ରାଜପଥ ନିର୍ମାଣ ନେଇ ଜିଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ !!!!

