ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ ଶିବିର ଶୁଭାରମ୍ଭ ହୋଇଯାଇଛି । ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିବା ସହ ତାଲିମ ପୁସ୍ତକ ଉନ୍ମୋଚିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ଶଙ୍କର ପ୍ରସାଦ ବକ୍ସି ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ଅମ୍ବିକା ଦେବୀଙ୍କ ସଭାପତିତ୍ୱରେ ଏହି ଶିବିର ଅନୁଷ୍ଠିତ ହୋଇଛି ।

ଏହି ଶିବିରରେ ପ୍ରଶିକ୍ଷଣ ୮ ଦିନ ଧରି ଚାଲୁ ରହିବ । ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେବେ ଇତିରାଣୀ ନାୟକ, ଦୀପ୍ତିମୟୀ ସାହୁ ଓ ଲଳିତା ପଡ଼ିହାରି ପ୍ରମୁଖ ପ୍ରଶିକ୍ଷକ । ଏହି ଆତ୍ମ ସୁରକ୍ଷା ଶିବିର ଦ୍ୱାରା ଛାତ୍ରୀ ମାନଙ୍କର ଆତ୍ମ ସୁରକ୍ଷା ହୋଇପାରିବ । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ କ୍ରୀଡ଼ା ଶିକ୍ଷୟିତ୍ରୀ ବିଜୟ ଲକ୍ଷ୍ମୀ ପଣ୍ଡା , ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଏନସିସି ଅଧ୍ୟାପିକା ଶ୍ରୀମତୀ ଅନିତା କୁମାରୀ ପାଢ଼ୀ ପ୍ରଦାନ କରିଥିବା ବେଳେ ଉପସ୍ଥିତ ସମସ୍ତ ଙ୍କୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପିକା ସଂଯୁକ୍ତା ପାତ୍ର, ପ୍ରାଧ୍ୟାପିକା ଡକ୍ଟର ମନସ୍ୱିନି ଦାଶ, ଡକ୍ଟର ନୃସିଂହ ଚରଣ ପାଣିଗ୍ରାହୀ, ଗୁରୁ ରଘୁନାଥ ପାତ୍ର, ସଂସ୍କୃତ ଅଧ୍ୟାପିକା ସୁଶ୍ରୀ ଡି. ପ୍ରିୟଙ୍କା ସମସ୍ତ ଅଧ୍ୟାପିକା , ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

