ବୃଦ୍ଧାଙ୍କ ଜାଗାକୁ ନେଇ ଭାଇ ମାନଙ୍କ ଭିତରେ ଦ୍ଵନ୍ଦ : କୋର୍ଟ ଙ୍କ ନୋଟିସ୍ କୁ କଳିଙ୍ଗନଗର ପୋଲିସ ର ଅବମାନନା !!!

0
242

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବୃଦ୍ଧାଙ୍କ ଜାଗାକୁ ନେଇ ଭାଇ ମାନଙ୍କ ଭିତରେ ଦ୍ଵନ୍ଦ , କୋର୍ଟ ଙ୍କ ନୋଟିସ୍ କୁ କଳିଙ୍ଗନଗର ପୋଲିସର ଅବମାନନା । କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ନିରବତା ଅବଲମ୍ବନ ନେଇ ଆସିଲା ଅଭିଯୋଗ . କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରି ବଜାରସ୍ଥିତ ଏକା ସ୍ଥାୟୀ ସ୍ଥିତିବାନ ଜମିକୁ ନେଇ ବୃଦ୍ଧା ଅଯୋଧ୍ୟା ସ୍ୱାଇଁ ଏବଂ ତାଙ୍କ ଦୁଇ ପୁତୁରା ଙ୍କ ମଧ୍ୟରେ ଲାଗି ରହିଛି ଦ୍ଵନ୍ଦ । ଏକ ପ୍ରେସମିଟ ରେ ତାଙ୍କ ପୁତୁରା ଦିବ୍ୟରଞ୍ଜନ ସ୍ୱାଇଁ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ବଡବାପାଙ୍କ ପୁଅ ଚିତ୍ତରଞ୍ଜନ ସ୍ୱାଇଁ ଜୋର୍ ଜବରଦସ୍ତ ଦିବ୍ୟରଞ୍ଜନଙ୍କ ଜାଗାକୁ ମାଡି ବସି ତା ଉପରେ ଏକ ବ୍ୟବସାୟ ଆରମ୍ଭ କରିଛନ୍ତି । ଏ ସମ୍ପର୍କରେ ଦିବ୍ୟରଞ୍ଜନ ଜାଗା ର ବଣ୍ଟନ ଓ ମୋ ଜାଗା ଉପରେ ତୁମେ ଅଧିକାର ସାବ୍ୟସ୍ତ କରିବାର କାରଣ ନେଇ ଚିତ୍ତରଞ୍ଜନଙ୍କୁ ଜଣାଇଥିଲେ ମଧ୍ୟ ସେ ଏହାକୁ କର୍ଣ୍ଣପାତ କରି ନଥିଲେ । ଦିବ୍ୟରଞ୍ଜନ ଏହାର ସୁସମାଧାନ ଓ ନିଜ ଜାଗାର ଅଧିକାର କୁ ନେଇ କଳିଙ୍ଗନଗର ଥାନାରେ ଏତଲା ଦେଇଥିଲେ ଓ ପରେ କୋର୍ଟରେ କେସ ଚାଲିଥିଲା । ମାନ୍ୟବର କୋର୍ଟ ଏହି ଜାଗା ଉପରେ ଇଞ୍ଜେକସନ ସୁଟ କରି କାର୍ଯ୍ୟ ବନ୍ଦ ସହିତ ତୁରନ୍ତ ଫଇସଲା କରିବାକୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଚିତ୍ତରଞ୍ଜନ କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ଅବମାନନା କରି କାର୍ଯ୍ୟ କରିବା ସହ ବ୍ୟବସାୟ କରି ଆସୁଛନ୍ତି । ଏଥି ସହିତ ପୋଲିସ ମଧ୍ୟ ଚୁପ୍ ହୋଇ ବସି ରହିଥିବା ଦେଖିବାକୁ ମିଳିଛି । ଏନେଇ ବୃଦ୍ଧା ଅଯୋଧ୍ୟା ସ୍ୱାଇଁ ଏକ ପ୍ରେସମିଟ ମାଧ୍ୟମରେ ତୁରନ୍ତ ଦିବ୍ୟରଞ୍ଜନ ଓ ଚିତ୍ତରଞ୍ଜନ ଙ୍କ ମଧ୍ୟରେ ଥିବା ଜମିଜମା ଦ୍ଵନ୍ଦକୁ ପୋଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ମାନ୍ୟବର କୋର୍ଟ ସମାଧାନ କରିବାକୁ ନିବେଦନ କରିଛନ୍ତି । ସବୁଠାରୁ ସ୍ପର୍ଶକାତର ବିଷୟ ହେଲା ଯେ, ବୃଦ୍ଧା ଅଯୋଧ୍ୟା ସ୍ୱାଇଁ ପ୍ରେସ ବିବୃତି ରେ ସୂଚନା ଓ ନିବେଦନ କରିଛନ୍ତି ଯେ ନିଜର ପରିବାର ଭିତରେ ଜାଗା ପାଇଁ କୌଣସି ବିଶୃଙ୍ଖଳା ଓ ଗଣ୍ଡଗୋଳ ନ ଘଟୁ ଓ ନିୟମାନୁଯାୟୀ ଯିଏ ଯାହାର ଜାଗା ନେଇ ଶାନ୍ତି ଶୃଙ୍ଖଳାର ସହିତ ପରିବାର ଚଳାନ୍ତୁ । ଏନେଇ ଦିବ୍ୟରଞ୍ଜନ ସ୍ୱାଇଁ ଙ୍କ କହିବା ମୁତାବକ କଳିଙ୍ଗ ନଗର ଥାନ ଅଧିକାରୀ କିଛି କର୍ଣ୍ଣପାତ ନକରିବାରୁ କଳିଙ୍ଗ ନଗର ଆରକ୍ଷୀ ଅଧିକାରୀ ଙ୍କୁ କୋର୍ଟ କାଗଜ ପତ୍ର ଦେଖାଇଥିଲେ ଓ ଆଲୋଚନା କରିଥିଲେ । ତେଣୁ ଦିବ୍ୟରଞ୍ଜନ ସ୍ୱାଇଁ ଙ୍କୁ ତାଙ୍କ ଜାଗା ର ହକ ଓ ଅଧିକାର ମିଳିବାକୁ ସେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here