ନୟାଗଡ଼ ମ୍ୟୁନିସିପାଲଟି ର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଗୁରୁ ପ୍ରସାଦ ଜେନା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ମ୍ୟୁନିସିପାଲଟି ର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଗୁରୁ ପ୍ରସାଦ ଜେନା । ମ୍ୟୁନିସିପାଲଟି ର ସମସ୍ତ ୧୬ ଗୋଟି ୱାର୍ଡ କୁ ବିଜେଡି ଦଖଲ କରିଥିବା ବେଳେ ଅଧ୍ୟକ୍ଷା ଭାବେ ବିଜେଡି ପକ୍ଷରୁ ନିରୁପମା ଖଟେଇ ନିର୍ବାଚିତ ହୋଇଥିଲେ । ଆଜି ଉପାଧ୍ୟକ୍ଷ ପଦବୀ ପାଇଁ କେବଳ ଗୁରୁ ପ୍ରସାଦ ଜେନା ପ୍ରାର୍ଥୀପତ୍ର ଦାଖଲ କରିଥିଲେ . ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ କରି ନଥିବାରୁ ଶ୍ରୀଯୁକ୍ତ ଜେନା ଙ୍କୁ ଉପାଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି । ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ ଦୁଇଜଣ ଯାକ ପୁର୍ବରୁ ନୟାଗଡ଼ ଏନଏସି ଥିବା ବେଳେ ଏନଏସି ର ନଗରପାଳିକା ଏବଂ ନଗରପାଳ ରହି ସାରିଛନ୍ତି । ନୟାଗଡ଼ ମ୍ୟୁନିସିପାଲଟି ହେବାପରେ ଦୁଇଜଣ ପୁଣି ଥରେ ଦାୟିତ୍ଵ ଗ୍ରହଣ କରିଛନ୍ତି । ନବ ନିର୍ବାଚିତ ସମସ୍ତ କାଉନସିଲର ମାନଙ୍କୁ ନେଇ ପୈାରାଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ ନୟାଗଡ଼ କୁ ନୂତନ ଭାବେ ଗଢି ତୋଳିବେ ବୋଲି ଜନସାଧାରଣ ଆଶା ରଖିଛନ୍ତି ।

Leave a Reply

Your email address will not be published. Required fields are marked *