ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ରାଜରାସ୍ତାରେ ଗର୍ଜିଲେ ଅଙ୍ଗନୱାଡି କର୍ମୀ । ଭାରତୀୟ ମଜଦୁର ସଂଘ ସଂଲଗ୍ନ ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ଆସୋସିଏସନ୍ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ୧୪ ଦଫା ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ଅଙ୍ଗନୱାଡି କର୍ମୀମାନେ ଏକ ବିଶାଳ ଶୋଭାଯାତ୍ରା ରେ ନୟାଗଡ଼ ପିଡ୍ଲୁଡି ଡାକ ବଙ୍ଗଳା ଠାରୁ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପାଖରେ ପହଞ୍ଚି ଏଡିଏମଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ର ରେ ସ୍କିମ୍ ପ୍ରଥାକୁ ଉଚ୍ଛେଦ କରି ଅଙ୍ଗନୱାଡି କର୍ମୀ ଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦେବା , ଯେପର୍ଯ୍ୟନ୍ତ ମାନ୍ୟତା ମିଳିନାହିଁ ସେପର୍ଯ୍ୟନ୍ତ କର୍ମୀ ମାନଙ୍କୁ ମାସିକ ୨୧ ହଜାର ଟଙ୍କା ଦେବା ଏବଂ ସହାୟିକା ମାନଙ୍କୁ ମାସିକ ୧୫ ହଜାର ଟଙ୍କା ଦେବା , ମିନି ଅଙ୍ଗନୱାଡି କର୍ମୀ ମାନଙ୍କୁ ଅଙ୍ଗନୱାଡି କର୍ମୀ ର ମାନ୍ୟତା ଦେବା ଆଦି ୧୪ ଦଫା ଦାଵି ରହିଅଛି । ସଂଗଠନର ଜିଲ୍ଲା ସମ୍ପାଦିକା ବିନୋଦିନୀ ଦେଇ, ସଭାନେତ୍ରୀ ସାବିତ୍ରୀ ଦାଶ , ଭାରତୀୟ ମଜଦୁର ସଂଘ ଜିଲ୍ଲା ସମ୍ପାଦକ ସୁକାନ୍ତ ମହାପାତ୍ର , ମଜଦୁର ସଂଘ ଦଶପଲ୍ଲା ବ୍ଲକ ସଭାପତି ପ୍ରକାଶ କୁମାର ପାଣି ଙ୍କ ନେତୃତ୍ୱରେ ଅଙ୍ଗନୱାଡି କର୍ମୀ ମାନେ ଶୋଭାଯାତ୍ରା ରେ ସାମିଲ ହୋଇ ଦାବିପତ୍ର ପ୍ରଦାନ କରିଥିଲେ ।