ସୀତା ସାଗର ପୁନଃରୁଦ୍ଧାର କେବେ ? ??

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ସୀତା ସାଗର ଟି ଦୀର୍ଘ ବର୍ଷ ହେଲା ପୁନଃଉଦ୍ଧାର ହୋଇ ପାରୁନାହିଁ । ଯାହା ଫଳରେ ଚାଷୀଙ୍କ କ୍ଷେତକୁ ଜଳ ସେଚନର ସୁବିଧା ହୋଇ ପାରୁନାହିଁ । ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜା ଙ୍କ ଅମଳରେ ଖୋଳା ଯାଇଥିବା ବୃହତ ସୀତା ସାଗର ଆଜି ଶ୍ରୀହୀନ ହୋଇ ପଡିଛି । 200 ହେକ୍ଟର ରୁ ଅଧିକ ପରିମିତ ଜମିରେ ରହିଥିବା ଏହି ସୀତା ସାଗର ତଳମୁଣ୍ଡରେ ରହିଥିବା ଚାଷ ଜମିକୁ ଜଳସେଚନ କ୍ଷେତ୍ରରେ ବର୍ଷ କୁ ଟୋପାଏ ପାଣି ମଧ୍ୟ ଯୋଗାଇବାକୁ ଅସମର୍ଥ ହୋଇ ପଡିଛି । ଯେଉଁ ପ୍ରାଚୀନ ବୃହତ ସାଗର ବର୍ଷ ବର୍ଷ ଧରି ଚାଚାଷୀ ମାନଙ୍କ ଏକ ହଜାରରୁ ଉର୍ଦ୍ଧ୍ବ ଚାଷ ଜମିକୁ ଜଳସେଚନ କ୍ଷେତ୍ରରେ ବର୍ଷକୁ ଦୁଇଟି ଫସଲ ର ପାଣି ଯୋଗାଇ ଆସୁଥିଲା । ସେହି ସାଗରଟି ବର୍ତ୍ତମାନ ରକ୍ଷଣାବେକ୍ଷଣ ଅଭାବରୁ ପଙ୍କ ମାଟି ଘାସ ବୁଦା ପ୍ରଭୃତି ଦଳରେ ପୋତି ହୋଇଯାଇଛି । ସୀତା ସାଗରକୁ ରକ୍ଷଣାବେକ୍ଷଣ କରାଯାଇ ପଙ୍କ ଉଦ୍ଧାର କରାଗଲେ ଚାଷୀଙ୍କ ସକାଶେ ଜଳ ସେଚନ ହୋଇ ପାରିବ ବୋଲି ଆଶା କରାଯାଉଛି । ଏଥିପ୍ରତି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେଲେ ଜିଲ୍ଲାରେ ଥିବା ବିଭିନ୍ନ ସାଗର ଗୁଡିକର ରକ୍ଷଣାବେକ୍ଷଣ ଓ ପୁନଃଉଦ୍ଧାର କଲେ ଜଳ ସଞ୍ଚୟ ହୋଇ ରହିବା ସହ ଚାଷୀଙ୍କ ଚାଷ କାମରେ ସଦୁପଯୋଗ ହୋଇ ପାରିବ ।

Leave a Reply

Your email address will not be published. Required fields are marked *