ରାସଗୋବିନ୍ଦପୁର ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ବାଘାଝରଣ ସଂରକ୍ଷିତ ଜଙ୍ଗଲ ରେ ଛୁଆ ହାତୀ ର ମୃତଦେହ ଠାବ, ମୃତ୍ୟୁ ର କାରଣ ଅସ୍ପଷ୍ଟ । ଛକ ବଜାରରେ ବୁଲିଲେ ଦୁଇ ହାତୀ . ଲୋକେ ଭୟଭୀତ । ସଙ୍କଟ ରେ ଗଜରାଜ , ଥମୁନି ହାତୀ ମୃତ୍ୟୁ । ପୁଣି ଏକ ଛୁଆ ହାତୀର ମୃତ୍ୟ, ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ସାନମୁଣ୍ଢାବଣି ପଞ୍ଚାୟତ ଅଧିନ ବାଘାଝରଣ ନିକଟରେ ଛୁଆହାତୀର ମୃତଦେହ ଠାବ । ଝାଡ଼ଖଣ୍ଡ ଦଲମା ଜଙ୍ଗଲ ରୁ ଆସିଥିବା ହାତୀ ପଲ ରେ ଏହି ଛୁଆ ହାତୀ ଟି ଥିଲା । ତେବେ ଗତକାଲି ରାତିରେ ଖୁଣ୍ଟାପାଳ ଗାଁ ଦେଇ ହାତୀ ବାଘାଝରଣ ଜଙ୍ଗଲରେ ରହିଥିଲେ । ବନ ବିଭାଗ ର ସୂଚନା ଅନୁଯାୟୀ ହାତୀ ଛୁଆ ଟି ଅସୁସ୍ଥତା କାରଣରୁ ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି । ତେବେ ଛୁଆ ହାତୀର ବୟସ ଛଅ ମାସ ହେବ ବୋଲି ଜଣାପଡ଼ିଥିବା ବେଳେ ଛୁଆ ହାତୀ ଟି ଅଣ୍ଡିରା ବୋଲି ଜଣାପଡିଛି । ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟ ର ସଠିକ ତଥ୍ୟ ପଦାକୁ ଆସିବ । ଅପରପକ୍ଷରେ ଆଜି ସକାଳୁ ବାରମାଇଲ ମୁଖ୍ୟ ବଜାର କୁ ଦୁଇଟି ହାତୀ ପ୍ରବେଶ ପରେ ଲୋକମାନେ ଭୟଭୀତ ହୋଇ ପଡିଥିଲେ । ରାସଗୋବିନ୍ଦପୁର ରେଞ୍ଜ ପକ୍ଷରୁ କୌଣସି ସୂଚନା ନଥିବା ବେଳେ ହଠାତ ହାତୀ ଆସିବା ଓ ଛକ ବଜାରରେ ବୁଲିବା କେତେବେଳେ ଯେ କଣ ଧନ ଜୀବନ କ୍ଷୟକ୍ଷତି କରିବ ତାର କିଛି ମାନେ ନାହିଁ ବୋଲି ଅଭିଯୋଗ ହୋଇଛି । ପୂର୍ବରୁ ବନବିଭାଗ ପକ୍ଷରୁ ସଠିକ ଖବର ମିଳୁଥିବା ବେଳେ ବର୍ତ୍ତମାନ ତାହା ମିଳି ପାରୁନାହିଁ । ରେଞ୍ଜରଙ୍କ ଦାୟିତ୍ୱହୀନତା ତଥା ତଦାରଖ ଅଭାବ ପାଇଁ ଏପରି ସବୁ ଘଟୁଛି ବୋଲି ଅଭିଯୋଗ ହେଉଛି ।
ରାସଗୋବିନ୍ଦପୁର ରେଞ୍ଜ ବାଘାଝରଣ ସଂରକ୍ଷିତ ଜଙ୍ଗଲ ରେ ଛୁଆ ହାତୀ ର ମୃତଦେହ ଠାବ !!!

