ମା’ ତାରିଣୀଙ୍କ ପୀଠରେ ବିଶ୍ଵକଲ୍ୟାଣ ତାରିଣୀ ମହାଯଜ୍ଞ ଜଳଯାତ୍ରା !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ଜିଲ୍ଲା କିଶୋର ନଗର ଅନ୍ତର୍ଗତ ସମିତଙ୍ଗୀ ଗାଁ ରେ ଭକ୍ତି ଓ ଭାବ ସହ ସମାପନ ହେବାକୁ ଯାଉଛି ପ୍ରସିଦ୍ଧ ଚତୁଃ ଦିବସୀୟ ମା ତାରିଣୀ ମହାଯଜ୍ଞ । ଗତ ଅପ୍ରେଲ ୧୧ ତାରିଖ ଠାରୁ ଆରମ୍ଭ ହୋଇଥିବା ପଞ୍ଚଦଶ ତମ ମହାଯଜ୍ଞ ଆସନ୍ତା ୧୪ ତାରିଖରେ ପୁର୍ଣ୍ଣାହୁତି ଦିଆଯିବ । ଏହି ମହାଯଜ୍ଞର କାର୍ଯ୍ୟକ୍ରମ ରେ ଓଡ଼ିଶାର ବହୁ ସୁନାମଧନ୍ୟ ବ୍ୟକ୍ତି ବିଶେଷ ମାନେ ମଧ୍ୟ ଯୋଗ ଦେଇଥିଲେ । ଏହି ଅବସରରେ ଯଜ୍ଞକୁଣ୍ଡରେ ପ୍ରତ୍ୟେକ ଦିନ ହୋମଯଜ୍ଞ , ଗୋପୂଜା, ଆଳତି, ସୂର୍ଯ୍ୟ ପୂଜା ଏବଂ ନାମ ଯଜ୍ଞ କରାଯିବା ସହ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଦର୍ଶନ ସହ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା । ଯଜ୍ଞ ଦେଖିବା ନିମନ୍ତେ ସବୁଦିନ ସକାଳ ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଖ ପାଖ ଅଞ୍ଚଳର ଶହଶହ ଭକ୍ତଙ୍କ ସୁଅ ଛୁଟୁଥିବାର ଦେଖିବାକୁ ମିଳୁଛି । ମହାଯଜ୍ଞ ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ଓ ଗ୍ରାମବାସୀଙ୍କ ସହଯୋଗରେ ଏହି ଯଜ୍ଞ କାର୍ଯ୍ୟ ଶାନ୍ତିଶୃଙ୍ଖଳା ସହ ଚାଲିଛି ଓ ଆଗମୀ ଦିନ ମାନଙ୍କରେ ମଧ୍ୟ ସୁରୁଖୁରୁରେ କାର୍ଯ୍ୟ ସମ୍ପାଦନ ହେବ ବୋଲି କମିଟି ତରଫରୁ ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *