କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସିରାମ ଛତ୍ରୀଆ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବାହାଲ ସ୍ଥିତ ନିୟନ୍ତ୍ରିତ ବଜାର ପ୍ରାଙ୍ଗଣ ଠାରେ ରାଜ୍ୟରେ କାର୍ଯ୍ୟରତ ଗ୍ରାମାଞ୍ଚଳ ସାମ୍ୱାଦିକ ମାନଙ୍କ ଏକ ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ବାଳମୁକୁନ୍ଦ ପଣ୍ଡା ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ରବି ନାରାୟଣ ଚଲାନ, ସୁନ୍ଦର ମୋହନ ଛତ୍ରିଆ , ଆଦିତ୍ୟ ମହାନ୍ତି , ନୟନ ରଞ୍ଜନ ପଣ୍ଡା , ସୁବାଷ ଚନ୍ଦ୍ର ବାଗ ଏବଂ ସମାଜସେବୀ ସୁଧୀର କୁମାର ପଣ୍ଡା ଯୋଗଦାନ କରି ସମାଜ ଗଠନ ଦିଗରେ ଗ୍ରାମାଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ସାଧାରଣ ବୈଠକରେ କାର୍ଯ୍ୟରତ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା ।
ରାଜ୍ୟ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ସଭାପତି ଭାବେ ରବି ନାରାୟଣ ଚଲାନଙ୍କ ନାମ ଘୋଷଣା କରାଯାଇଛି । ସେହିପରି ଉପ-ସଭାପତି ଭାବେ ଗଣେଶରାମ ବାଗ ,ସାଧାରଣ ସମ୍ପାଦକ ଭାବେ ତୁଳସୀରାମ ଛତ୍ରିଆ ,ସମ୍ପାଦକ ନୟନ ରଞ୍ଜନ ପଣ୍ଡା ପ୍ରମୁଖଙ୍କ ନାମ ଘୋଷଣା କରାଯାଇଥିଲା । ଏହାପରେ କଳାହାଣ୍ଡି ଜିଲ୍ଲା ଶାଖାର କର୍ମକର୍ତ୍ତା ଯଥା ସଭାପତି ଭାବେ ଲଷ୍ମୀ ରଞ୍ଜନ ବାଗ , ଉପ ସଭାପତି ରଜନୀ ଛତ୍ରିଆ ଓ ସୁବାଷ ବାଗ, ସାଧାରଣ ସମ୍ପାଦକ ଭାବେ ନିକୁଞ୍ଜ ବିହାରୀ ଚଲାନ, ସମ୍ପାଦକ ଭାବେ ଗୋଲାପ ସାହୁ, ସହ-ସମ୍ପାଦକ ଭାବେ ଚକ୍ରଧର ବେସ୍ରା ଓ କାର୍ଯ୍ୟକାରୀ ସଭାପତି ଭାବେ ହେମନ୍ତ ନାଏକଙ୍କୁ ମନୋନୀତ କରାଯାଇଛି । କାର୍ଯ୍ୟକ୍ରମ ରେ ସାମ୍ବାଦିକ ପରମାନନ୍ଦ ଠାକୁର ମଞ୍ଚ ପରିଚାଳନା କରିଥିବା ବେଳେ ଭୋକର୍ଦ୍ଧନ ଧଙ୍ଗଡାମାଝି , କାହ୍ନୁ ଚରଣ ସାହୁ , ପରମାନନ୍ଦ ଛତ୍ରିଆ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ବ୍ଲକରୁ ଅନେକ ସାମ୍ବାଦିକ ଉପସ୍ଥିତ ଥିଲେ ।