ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ବହୁ ଚର୍ଚ୍ଚିତ ଦୁର୍ଗାପ୍ରସାଦ ଏବଂ ଦେଉଳ ପଲ୍ଲୀ ମେରୁ ଶୋଭାଯାତ୍ରା ଉତ୍ସବ ରେ ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟା ଘଟଣା । ଦୁଇ ଗ୍ରାମ ମଧ୍ୟରେ ସଂଘର୍ଷ ସମୟରେ ଦୁର୍ଗାପ୍ରସାଦ ଗ୍ରାମର ୨୮ ବର୍ଷିୟ ଯୁବକ ନବୀନ ପରିଡା ଙ୍କୁ ଦେଉଳପଲ୍ଲୀ ଗ୍ରାମର ଲୋକମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ସଙ୍ଘର୍ଷ ସମୟରେ ବହୁ ଲୋକ ଏବଂ ଟାଉନ ଥାନା ଆଇଆଇସି ପ୍ରଜ୍ଞା ପରମିତା ଗୁରୁତର ଭାବେ ଆହତ ହୋଇଥିଲେ । ଘଟଣାରେ ଦେଉଳପଲ୍ଲୀ ଗ୍ରାମର ୧୦ ଜଣଙ୍କୁ ଗିରଫ କଲାଣି ଟାଉନ ଥାନା ପୋଲିସ । ତେବେ ଗିରଫ ଭୟରେ ଦେଉଳପଲ୍ଲୀ ଗାଁ ହୋଇଯାଇଛି ପୁରୁଷ ଶୁନ୍ୟ । ଘରେ ଘରେ ପଡ଼ିଛି ତାଲା । ଗାଁ ରେ କୈାଣସି ପୁରୁଷ ଙ୍କୁ ଦେଖିବାକୁ ମିଳୁନାହିଁ । ମହିଳା ମାନେ ବହୁ ହଇରାଣ ହେଉଥିବା ର ପ୍ରକାଶ କରିଛନ୍ତି । ପୋଲିସ ଦୋଷୀ ଙ୍କ ପରିବର୍ତ୍ତେ ନିର୍ଦ୍ଦୋଷଙ୍କୁ ଗିରଫ କରିଥିବା ଦେଉଳପଲ୍ଲୀ ମହିଳା ମାନେ ଅଭିଯୋଗ କରିଛନ୍ତି । ସେଥିପାଇଁ ଭୟରେ ଗାଁ ଏବେ ପୁରୁଷ ଶୁନ୍ୟ ହୋଇଥିବା ପ୍ରକାଶ କରିଛନ୍ତି । ନିର୍ଦ୍ଦୋଷ ମାନଙ୍କୁ ନଧରି , ଯେଉଁମାନେ ହତ୍ୟାକାଣ୍ଡ ସାମିଲ ଅଛନ୍ତି ସେମାନଙ୍କୁ ଗିରଫ କରିବା ପାଇଁ ମହିଳା ମାନେ ପ୍ରଶାସନ କୁ ଅନୁରୋଧ କରିଛନ୍ତି । ଅନ୍ୟ ପକ୍ଷରେ ଗାଁ ର ଜଣେ ଯୁବକ କୁ ଦେଉଳ ପଲ୍ଲୀ ଗ୍ରାମର ଏକାଧିକ ଲୋକ ସଙ୍ଘବଧ୍ୟ ଭାବେ ହତ୍ୟା କରିଥିବା ଦୁର୍ଗାପ୍ରସାଦ ଗ୍ରାମବାସୀ ଅଭିଯୋଗ କରିବା ସହ ନ୍ୟାୟ ଅପେକ୍ଷାରେ ଥିବା ପ୍ରକାଶ କରିଛନ୍ତି । ଏହି ହତ୍ୟାକାଣ୍ଡ ଘଟଣାରେ ୧୫ ଜଣ ମୁଖ୍ୟ ଅଭିଯୁକ୍ତ ଥିବାବେଳେ ଦେଉଳପଲ୍ଲୀ ଗ୍ରାମର ବହୁ ଲୋକ ସାମିଲ ଥିବା ପ୍ରକାଶ କରିଛନ୍ତି ଦୁର୍ଗାପ୍ରସାଦ ଗ୍ରାମବାସୀ । ପୋଲିସ ଏ ପର୍ଯ୍ୟନ୍ତ ସମସ୍ତ ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରି ନଥିବା ଅଭିଯୋଗ କରିଛନ୍ତି । ପ୍ରତ୍ୟେକ୍ଷ ଏବଂ ପରୋକ୍ଷରେ ଥିବା ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଦୁର୍ଗାପ୍ରସାଦ ଗ୍ରାମବାସୀ ।