କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଫକୀରପଡା ପଞ୍ଚାୟତ ରେ ବିଶ୍ୱଶାନ୍ତି ମହାଯଜ୍ଞ , ମେଳଣ ଯାତ୍ରା ଓ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ଶାନ୍ତି ଯଜ୍ଞର ପ୍ରଥମ ଦିନ ୧୭ ତାରିଖରେ ଶୁଭ ଅଙ୍କୁରାରୋପଣ , ୧୮ ତାରିଖରେ କଳସ ଶୋଭାଯାତ୍ରା, ଶାଲା ମଣ୍ଡନ, ସୂର୍ଯ୍ୟ ପୂଜା, ଅଗ୍ନିସ୍ଥାପନ ଓ ସର୍ବ ଦେବାଦେବୀଙ୍କର ଯଜ୍ଞ ମଣ୍ଡପେ ଆବାହନ ,୧୯ ତାରିଖରେ ଭଗବତ ଗୀତାରେ ଆହୁତି ପ୍ରଦାନ, ମା ବାରୁଣେଇଙ୍କ ଷୋଡଶ ଉପଚାର ପୂଜା ,ମା ଚଣ୍ଡୀ ଙ୍କର ଆହୁତି ପ୍ରଦାନ ଏବଂ ୨୦ ତାରିଖରେ ଭଗବତ ଗୀତରେ ଆହୁତି ପ୍ରଦାନ, ଭାଗବତ ମେଳଣ , ପୂର୍ଣ୍ଣାହୁତି ପ୍ରଦାନ , ଘଟ ବିସର୍ଜନ ଓ ପ୍ରସାଦ ସେବନ କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ବହୁଦିନରୁ ଅନୁଷ୍ଠିତ ହେଇ ଆସୁଥିବା ପଞ୍ଚାଦିନର କାର୍ଯ୍ୟକ୍ରମରେ ମା ବରୁଣେଇ ଙ୍କ ପୀଠରେ ଦୁଇ ଦିନ ଧରି ମେଳଣ ଯାତ୍ରା, ବିଶ୍ୱଶାନ୍ତି ଯଜ୍ଞ, ଓଡ଼ିଶା ର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଫକୀରପଡା ମାଟିର ପୁଅ ସାରଦା ପ୍ରସନ୍ନ ସାହୁ ଙ୍କ ଦ୍ଵାରା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ , ନନ୍ଦିଆ ମା ତୋଟାରେ ଦୋଳ ମେଳଣ ଓ ମେଳଣ ଯାତ୍ରା ୧୭ ତାରିଖରୁ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଆୟୋଜିତ ହେଇଥିବା ବିଶ୍ୱ ଶାନ୍ତି ଯଜ୍ଞରେ ପଣ୍ଡିତ ପଦ୍ମନାଭ ମିଶ୍ର , ଅନ୍ତର୍ଯ୍ୟାମୀ ହୋତା , ସୁଧୀର ନନ୍ଦ , ଚିତ୍ତ ରଞ୍ଜନ ନନ୍ଦ , ଜ୍ଞାନ ରଞ୍ଜନ ନନ୍ଦ , ପରମେଶ୍ବର ନନ୍ଦ , ମଧୁସୂଦନ ଦାସ ବିଶ୍ୱଶାନ୍ତି ଯଜ୍ଞର ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ ଏବଂ ଗ୍ରାମର ସତ୍ୟଜିତ ପ୍ରଧାନ, କୈଳାଶ ନନ୍ଦ, ଲୋକନାଥ ସାହୁ , ଜୀବନ ପଣ୍ଡା , ଶିବ ପ୍ରସାଦ ସାହୁ, ଧୀରେନ୍ଦ୍ର ସ୍ୱାଇଁ , ବାବାଜୀ ରାଉତ ଙ୍କ ସମେତ ସମସ୍ତ କର୍ମକର୍ତ୍ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ।
କଟକ ସଦର ଫକୀରପଡା ପଞ୍ଚାୟତରେ ବିଶ୍ୱଶାନ୍ତି ମହାଯଜ୍ଞ , ମେଳଣ ଯାତ୍ରା ଓ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ !!!

